ଜାନୁଆରୀ ୧୦ ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାନାଜୀ’ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ମାତ୍ର ୨୪ ଦିନରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୫୦ କୋଟି ଆୟ କରିସାରିଛି । ସୂଚନା ଅନୁଯାୟୀ କେବଳ ମହାରାଷ୍ଟ୍ରରେ ଚଳଚ୍ଚିତ୍ରଟି ବର୍ତ୍ତମାନ ସୁଦ୍ଧା ୧୩୦.୧୫ କୋଟି ଆୟ କରିଛି । ଏହି କ୍ରମରେ ଅମିର ଖାନଙ୍କ ଅଭିନୀତ ଫିଲ୍ମ ଦଙ୍ଗଲର ରେକର୍ଡକୁ ଭାଙ୍ଗିଛି ‘ତାନାଜୀ’ । ‘ଦଙ୍ଗଳ’ ମହାରାଷ୍ଟ୍ରରେ ୧୦୪ କୋଟି ଆୟ କରିଥିଲା । ସେହିପରି ତାନାଜୀ’ ମୁମ୍ବାଇରୁ ଆୟ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩କ୍ଷର ସମୁଦାୟ ଦେଶ ଭିତରର ଆୟକୁ ଅତିକ୍ରମ କରିଛି । ମୁକ୍ତିଲାଭ ହେବାର ଚତୁର୍ଥ ସପ୍ତାହ ଚାଲିଥିବା ବେଳେ କେବଳ ଭାରତରେ ବର୍ତ୍ତମାନ ସୁଦ୍ଧା ୨୫୩.୭୨ କୋଟି ଆୟ କରିସାରିଛି ‘ତାନାଜୀ’ । ଫଳରେ ଏହି ଚଳଚ୍ଚିତ୍ରଟି ଅଜୟଙ୍କ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଛି । ପୂର୍ବରୁ ଅଜୟଙ୍କ ଅଭିନୀତ ଗୋଲମାଲ ଏଗେନ ସର୍ବାଧିକ ୨୦୫.୫୦ କୋଟି ଆୟ କରିଥିଲା । ଏହି ଫିଲ୍ମ ୨୦୧୯ର ସାହିଦ କପୁରଙ୍କ ଅଭିନୀତ ଫିଲ୍ମ କବୀର ସିଂହକୁ ବି ପଛରେ ପକାଇ ଦେଇଛି ।
