ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ଥିବା ବି.ଫାର୍ମ, ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍.ଟେକ୍ (ପାର୍ଟ ଟାଇମ୍), ଏମ୍.ଆର୍କ, ଏମ୍.ପ୍ଲାନ୍, ଏମ୍.ଫାର୍ମ, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ଲ୍ୟାଟେରାଲ୍ ଏଣ୍ଟ୍ରି (ବି.ଟେକ୍) , ବି.ଫାର୍ମ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମେ ପ୍ରଥମ ସପ୍ତାହରେ ଓ-ଜେଇଇ ପରୀକ୍ଷା ହେବ । ସମସ୍ତ ପାଠ୍ୟକ୍ରମ ପାଇଁ ଅନଲାଇନରେ ଅର୍ଥାତ୍ କମ୍ପ୍ୟୁଟର ବେସଡ୍ ଟେଷ୍ଟ ହେବ । ଏଥିପାଇଁ ଫେବ୍ରୁଆରି ୬ରୁ ଅନଲାଇନ୍ରେ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ/ ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବହରର.ମକ୍ଟଜ୍ଞ ୱେବସାଇଟ୍ରେ ମାର୍ଚ୍ଚ ୨୦ ମଧ୍ୟରେ ଆବେଦନ କରିପାରିବେ । ମାର୍ଚ୍ଚ ୨୫ରୁ ଆବେଦନପତ୍ରର ନକଲ ପ୍ରିଣ୍ଟ କାଢ଼ି ପାରିବେ । ଏପ୍ରିଲ ୨୦ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ଓ-ଜେଇଇ କର୍ତ୍ତୃପକ୍ଷ କହିଛନ୍ତି ।
