‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ’ କରିଛନ୍ତି ଏହି ତିନି ପ୍ରଯୋଜକ

‘ଟିକେ ଲଭ୍ ଟିକେ ଟ୍ୱିଷ୍ଟ’ କରିଛନ୍ତି ଏହି ତିନି ପ୍ରଯୋଜକ

ମନୋରଂଜନ

ଓଲିଉଡ଼ର ଥ୍ରୀଷ୍ଟାର ଯେବେଠୁ ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ସେବେଠୁ ତାଙ୍କ ଭିତରେ ଟିକେ ଲଭ ଟିକେ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ପ୍ରଥମ ଥର ନିମନ୍ତେ ଓଲିଉଡର ତିନି ନାୟକ ପ୍ରଯୋଜକ ସାଜି ଏକ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା କରିଛନ୍ତି । ଅଭିନେତା ସମରେଶ ରାଉତରାୟ, ଦୁର୍ଗାଶଙ୍କର ଦାଶ ଓରଫ ବୁଲୁ ଓ ସମ୍ବିତ ଆଚାର୍ଯ୍ୟ ନିଜ ନିଜ ପ୍ରଡକ୍ସନ ହାଉସ ସହ ଓଡ଼ିଆ ସିନେମା ନିର୍ମାଣରେ ପାଦ ଦେଇଛନ୍ତି । ସମରେଶ ରାଉତରାୟଙ୍କ ‘ଏସ ୩ ମ୍ୟୁଜିକ’ ସମ୍ବିତଙ୍କ ଲାବଣ୍ୟ ପିକଚର୍ସ’ ଏବଂ ବୁଲୁଙ୍କ ‘ଡିକେଏଫ’ ମିଶି ଓଡ଼ିଆ ଚଳଚ୍ଚିତ୍ର ‘ଟିକେ ଲଭ ଟିକେ ଟ୍ୱିଷ୍ଟ ନିର୍ମାଣ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏସକେ ମୁରଲୀଧରନ । ସଙ୍ଗୀତରେ ଗୀତଗୁଡ଼ିକୁ ପ୍ରେମ ଆନନ୍ଦ ସଜାଇଥିବା ବେଳେ କ୍ୟାମେରା ପରିଚାଳନା କରିଛନ୍ତି ଆର.ଭଗତ ସିଂ । ସଂଳାପ ଲେଖିଛନ୍ତି ଡ.ରଜନୀ ରଞ୍ଜନ ଓ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ । ଚଳଚ୍ଚିତ୍ରର ମୁଖ୍ୟ ନାୟକ ଓ ନାୟିକାୟ ଚରିତ୍ରରେ ସମ୍ବିତ ଆଚାର୍ଯ୍ୟ ଓ ପୁନମ ମିଶ୍ର ଅଭିନୟ କରିଛନ୍ତି । ଅନ୍ୟତମ ପ୍ରମୁଖ ଭୂମିକାରେ ପ୍ରିୟଙ୍କା, ମିହିର ଦାସ ଓ ସମରେଶ ରହିଛନ୍ତି । ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫିଲ୍ମ ରିଲିଜ ଉପରେ ରହିଛି । ଯେହେତୁ ତିନି ଜଣଙ୍କ ମିତିଳ ଉଦ୍ୟମରେ ଏହା ପ୍ରଥମ ପ୍ରଯୋଜିତ ସିନେମା ତେଣୁ ଉତ୍ସାହ ଅଧିକ ରହିଛି । ଏହି ସିନେମା ବ୍ୟତୀତ ତାଙ୍କର ଏକ ଏକ ସିନେମା ‘ଆୱାର ଦିଲ’ ମଧ୍ୟ ଏହି ବ୍ୟାନରରେ ଘୋଷଣା ହୋଇଥିଲା । ବୋଧହୁଏ ତାହା ପରେ ଆସିବ । ସେଥିରେ ବି ଏହି ନାୟକ ନାୟିକା ଅଛନ୍ତି ।