ସଂଧ୍ୟା ୫ଟା ସୁଦ୍ଧା ମତଦାନ ହାର ୫୩%

ସଂଧ୍ୟା ୫ଟା ସୁଦ୍ଧା ମତଦାନ ହାର ୫୩%

ରାଜନୀତି

ନୂଆଦିଲ୍ଲୀ : ବହୁ ପ୍ରତୀକ୍ଷିତ ଦିଲ୍ଲୀ ନିର୍ବାଚନ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୫୩% ଭୋଟର ମତ ସାବ୍ୟସ୍ତ କରିଛନ୍ତି । ସଂଧ୍ୟା ୬ଟାରେ ଭୋଟ ଦାନ ପ୍ରକ୍ରିୟା ଶେଷ ହେବାର ଥିବାବେଳେ ସଂଧ୍ୟା ୬ଟା ୩୦ରେ ଏକ୍ଜିଟ ପୋଲ ପ୍ରକାଶ ପାଇବ । ମିଳିଥିବା ସୂଚନାନୁଯାୟୀ, ଉତର ପଶ୍ଚିମ ଜିଲ୍ଲାରେ ୫୩.୨୧% ମତଦାନ ହୋଇଥିବାବେଳେ ଉତର ପୂର୍ବ ଦିଲ୍ଲୀରେ ୬୩.୪% ମତଦାନ ହୋଇଛି । ସେହିପରି ଦକ୍ଷିଣ ଦିଲ୍ଲୀରେ ୫୦.୩୬%, କେନ୍ଦ୍ରୀୟ ଦିଲ୍ଲୀରେ ୫୩.୧୮%, ପୂର୍ବ ଦିଲ୍ଲୀରେ ୫୭.୨୯%, ପଶ୍ଚିମ ଦିଲ୍ଲୀରେ ୫୬.୩୩%, ଉତର ଦିଲ୍ଲୀରେ ୫୪.୩୭%, ନୂଆଦିଲ୍ଲୀରେ ୪୪.୨୯%, ସାହଦରାରେ ୫୭.୮୫% ଓ ଦକ୍ଷିଣ ପୂର୍ବ ଦିଲ୍ଲୀରେ ୫୧.୬୬% ମତଦାନ ହୋଇଥିବା ଜାଣିବାକୁ ମିଳିଛି । ଏବେ ସମସ୍ତଙ୍କର ଆଖି ଏକଜିଟ ପୋଲ ଉପରେ । ତେଣୁ ସମସ୍ତଙ୍କ ମନରେ ଏହାକୁ ନେଇ ଉତ୍ସାହ ଲାଗିରହିଛି । ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏକପାଖିଆ ଭାବେ ଦିଲ୍ଲୀରେ ବାଜିମାତ କରିଥିଲେ ବି ୨୦୧୫ ବିଧାନସଭା ନିର୍ବାଚନରେ ଆଣ୍ଠେଇ ଥିଲା । ଆପ ଏକପାଖିଆ ଭାବେ ବାଜିମାତ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଲ୍ଲୀରେ ବିଜେପି କ୍ଲିନ ସ୍ୱିପ କରିଥିଲା । ଫଳରେ ବିଧାନସଭା ନିର୍ବାଚନର ଫଳାଫଳ କ’ଣ ହେବ ସେନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।