ଆଗକୁ ଆଉ ମିଳିବନି ଆଳୁ, ଜାଣନ୍ତୁ କାହିଁକି  ?

ଆଗକୁ ଆଉ ମିଳିବନି ଆଳୁ, ଜାଣନ୍ତୁ କାହିଁକି ?

ଜାଣିବା କଥା

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ଭୟାବହତା ମଣିଷର ଖାଦ୍ୟକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିବ ବୋଲି ବିଜ୍ଞାନୀମାନେ ଆଶଙ୍କା କଲେଣି । ଏହାର ପରିଣାମ ସ୍ୱରୂପ ଭବିଷ୍ୟତରେ କଦଳୀ କୋଟି କୋଟି ମଣିଷଙ୍କର ମୁଖ୍ୟ ଖାଦ୍ୟ ପାଲଟିବ । ତାପମାତ୍ରା ବୃଦ୍ଧି ଯୋଗୁଁ କୃଷି ଓ ପାରମ୍ପରିକ ଫସଲ ପ୍ରଭାବିତ ହେବ । ଶୀତଳ ଜଳବାୟୁରେ ଭଲ ବଢ଼ୁଥିବା ଆଳୁର ଉତ୍ପାଦନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ଏବଂ କଦଳୀ ତାହାର ସ୍ଥାନ ନେବ । କାସାଭା (ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବୃକ୍ଷ)ର ମୂଳ ଏବଂ କାଓପି (ଏକ ପ୍ରକାରର ବିନ୍ ଛୁଇଁର ମଞ୍ଜି) ନାମକ ଅଳ୍ପ ଜଣା ମଞ୍ଜି ମଧ୍ୟ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହୃତ ହେବ । ଅଧିକାଂଶ ବିକଶିତ ରାଷ୍ଟ୍ରରେ ମକା, ଧାନ ଓ ଗହମ ଉତ୍ପାଦନ ହ୍ରାସ ପାଇବ । ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା କଦଳୀ ପ୍ରଭାବିତ ହେବାର ଆଶଙ୍କା ନାହିଁ । ତେଣୁ ଏହା ଆଳୁର ବିକଳ୍ପ ପାଲଟିବ । ଯେଉଁ ସବୁ ଅଞ୍ଚଳରେ ଆଳୁ ଚାଷ ହେଉଛି, ସେହି ଅଞ୍ଚଳ କଦଳୀ ବଗିଚାରେ ଭରିଯିବ । ଏପରିକି କଦଳୀ ଭଲ ଫଳିବ । ‘ଜାତିସଂଘ’ ବିଶ୍ୱ ଖାଦ୍ୟ ନିରାପତ୍ତା ସଂସ୍ଥା’ ସହ ସମ୍ପୃକ୍ତ କିଛି ବିଶେଷଜ୍ଞ ବାଇଶଟି ମୁଖ୍ୟ କୃଷିଜ ଉତ୍ପାଦ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂକ୍ରାନ୍ତରେ ଗବେଷଣା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।