ଘର ଭିତରକୁ ମାଡ଼ିଗଲା ହାଇଓ୍ୱା

ଘର ଭିତରକୁ ମାଡ଼ିଗଲା ହାଇଓ୍ୱା

ରାଜ୍ୟ ଖବର

କଟକ: ଘର ଭିତରେ ପଶିଗଲା ହାଇୱା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପି.ପି. କଲେଜ ଛକରେ ଏକ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରକୁ ପଶିଯାଇଛି। ଫଳରେ ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିରେ ହାଇୱାର ଡ୍ରାଇଭର ଓ ହେଲ୍‌ପର୍ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘରଟି ହେଉଛି ଡମ୍ବରୁଧର ସାହୁଙ୍କର। ଦୁର୍ଘଟଣା ବେଳେ ଡମ୍ବରୁଧରଙ୍କ ପରିବାରର ୫ ଜଣ ସଦସ୍ୟ ଶୋଇଥିଲେ। ସୌଭାଗ୍ୟ ବଶତଃ ସେମାନଙ୍କର କୌଣସି କ୍ଷତି ହୋଇନାହିଁ।