ଶୂନ୍ୟକାଳରେ ବେକାରୀ ସମସ୍ୟା କଥା ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୨୨ ଲକ୍ଷ ୫୭ ହଜାର ବେକାର ନାଁ ପଞ୍ଜିକରଣ କରିଥିଲେ। ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୨୬ ହଜାର ପିଲାଙ୍କୁ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସବୁଠୁ ଅଧିକ ୫୫ ୫୫୬ ବେକାରୀ ରହିଛନ୍ତି । କେନ୍ଦ୍ର ଦେଉଥିବା ପଇସାର ସୁଧରେ ଯୋଜନା ଚଳାଉଛନ୍ତି ରାଜ୍ୟ ସରକାର। ୩୦ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ କେନ୍ଦ୍ରର ସୁଧ ପଇସାରେ ଚାଲିଛି ବୋଲି କହିଛନ୍ତି ପ୍ରଦୀପ୍ତ ନାଏକ । ବିରୋଧୀ ଦଳ ନେତା ମିଥ୍ୟା କହି ଗୃହକୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ । ଶାସକ ଦଳ ନେତାଙ୍କ ବିରୋଧ ପରେ ପ୍ରମାଣ ସହ ସ୍ପଷ୍ଟୀକରଣ ଦେବାକୁ ରୁଲିଂ ଦେଲେ ବାଚସ୍ପତି । ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା ।
