ନୂଆଦିଲ୍ଲୀ: ମାର୍ଚ୍ଚ ୧ ରୁ ଲଟେରୀ ଉପରେ ୨୮% ଦ୍ରବ୍ୟ ଓ ସେବାଟିକସ (ଜିଏସଟି) ଲାଗୁ କରାଯିବ । ଡିସେମ୍ବରରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ସ୍ୱୀକୃତି ପ୍ରାପ୍ତ ଲଟେରି ଗୁଡ଼ିକ କ୍ଷେତ୍ରରେ ଏହି ଟିକସ ଲାଗୁ କରାଯିବ । ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଲଟେରି ଗୁଡ଼ିକ କ୍ଷେତ୍ରରେ କେନ୍ଦ୍ରୀୟ ଟିକସ ହାର ୧୪% ହେବ ଏବଂ ରାଜ୍ୟ ଗୁଡ଼ିକ ମଧ୍ୟ ସମ ପରିମାଣର ଟତକସ ଆଦାୟ କରିବେ । ଏହା ଦ୍ୱାରା ଲଟେରି ଉପରେ ମୋଟ ଟିକସ ପରିମାଣ ୨୮% ହେବ ବୋଲି ଜଣାପଡ଼ିଛି । ସମ୍ପ୍ରତି ସରକାରୀ ଲଟେରି ଗୁଡ଼ିକ ଉପରେ ୧୨% ଜିଏସଟି ଲାଗୁ କରାଯାଇଛି । ଅନ୍ୟ ପକ୍ଷରେ ରାଜ୍ୟ ଗୁଡ଼ିକ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଲଟେରି ଉପରେ ୨୮%ଟିକସ ରହିଛି । ତେବେ ଲଟେରି ଉପରେ ଟିକସ ହାର ସମାନ କରିବାକୁ ଦାବି ହେବା ପରେ ଜିଏସଟି ପରିଷଦରେ ଏହା ଉପରେ ଆଲୋଚନା କରାଯାଇ ୨୮% ସମାନ ଟିକସ ହାର ଲାଗୁ କରିବାକୁ ସ୍ଥିର କରାଯାଇଛି ।
