କୋରାପୁଟ ଜଲ୍ଲା ଅନ୍ତର୍ଗତ କୋଲାବ ଡ୍ୟାମରେ ଅଘଟଣ ଘଟିଛି । ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇଥିବା ବେଳେ ଡ୍ୟାମ୍ରେ ବୁଡି ଯାଇ ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ, ଆଜି କୋରାପୁଟର ୭ଜଣ ସାଙ୍ଗ ଜଣେ ସାଙ୍ଗର ଜନ୍ମ ଦିନ ଥିବାରୁ କୋଲାବ ଡ୍ୟାମ୍କୁ ବୁଲିବାକୁ ଯାଇଥିଲେ । ତେବେ ଡ୍ୟାମ୍ରେ ବୁଲିବା ସମୟରେ ୩ଜଣ ଛାତ୍ରଛାତ୍ରୀଙ୍କ ଗୋଡ଼ ଖସିଯାଇଥିଲା । ତେବେ ଅନ୍ୟ ୩ ସାଙ୍ଗ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ବିଫଳ ହେବାରୁ ସେମାନେ ୩ ସାଙ୍ଗ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ବିଧିର ବିଧାନ କିଛି ଅଲଗା ଥିଲା । ପାଣିରେ ବୁଡି ଯାଇ ୩ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ସମସ୍ତ ଛାତ୍ରଛାତ୍ରୀ ନିକଟସ୍ଥ କୋରାପୁଟ ଡିଏଭି କଲେଜର ହୋଇଥିବା ସୂଚନା ମିଳିଛି ।
