ଏପ୍ରିଲ ୧ରୁ ଆରମ୍ଭ ହେବ ଜନଗଣନା ।

ଏପ୍ରିଲ ୧ରୁ ଆରମ୍ଭ ହେବ ଜନଗଣନା ।

ଜାତୀୟ ଖବର

ସିଏଏ, ଏନଆରସି ଓ ଏନପିଆରକୁ ନେଇ ଦେଶରେ ବିବାଦ ଦେଖା ଦେଇଥିବାବେଳେ ଏପ୍ରିଲ ୧ ତାରିଖରୁ ଦେଶରେ ଜନଗଣନାର ପ୍ରଥମ ପର‌୍ୟ୍ୟୟ ଆରମ୍ଭ ହେବ। ଚଳିତ ଥର ଜନଗଣନାରେ ଗୃହ ତାଲିକା ସାମିଲ ରହିବ। ଘରର ସଦସ୍ୟଙ୍କ ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ଘର ଗୁଡିକର ମଧ୍ୟ ଗଣନା କରାଯିବ। ଏସମ୍ପର୍କରେ ରେଜିଷ୍ଟ୍ରାର ଜେନେରାଲଙ୍କ କାର‌୍ୟ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ‘ଜନଗଣନା ଅଧିନିୟମ, ୧୯୯୦ ର ଧାରା ୬ଏ ସହିତ ପଢା ଯାଇଥିବା ଜନଗଣନା ଅଧିନିୟମ, ୧୯୪୮ ର ଧାରା ୩ଏ ଏବଂ ଧାରା ୧୭ଏ ଦ୍ବାରା ପ୍ରଦାନ କରାଯାଇଥିବା କ୍ଷମତା ଅଧାରରେ କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ୨୦୨୧ ଜନଗଣନାରେ ମଧ୍ୟ ଗୃହ ତାଲିକା ସାମିଲ ରହିବ। ସାରା ଦେଶରେ ଆସନ୍ତା ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ପର‌୍ୟ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ।