ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ୍ ଘଟଣାରେ ଟ୍ୱିଷ୍ଟ

ଏସସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ୍ ଘଟଣାରେ ଟ୍ୱିଷ୍ଟ

ରାଜ୍ୟ ଖବର

ଭୁବନେଶ୍ୱର: ଏସସିବିରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଦଙ୍କୁ ଭୁବନେଶ୍ୱରରେ ଏକ ହୋଟେଲରେ ଠାବ କରାଯିବା ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ସମ୍ପୃକ୍ତ ଆୟର୍ଲାଣ୍ଡ ନାଗରିକଙ୍କୁ ଆଉ ହସ୍ପିଟାଲ ନିଆଯିବ ନାହିଁ । ତାଙ୍କୁ ହୋଟେଲରେ ଆଇସୋଲେସନରେ ରଖାଯିବ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ହୋଟେଲରେ ୧୪ ଦିନ ଯାଏଁ ଆଇସୋଲେସନରେ ରଖାଯିବ । ଦରକାର ପଡ଼ିଲେ ତାଙ୍କ ଠାରୁ ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଅଶୋକ ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ସମ୍ପୃକ୍ତ ଆୟର୍ଲାଣ୍ଡ ନାଗରିକ ଭୁବନେଶ୍ଵର ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ଶରୀରର ତାପମାତ୍ରା ଅଧିକ ଥିବାରୁ ସେ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହରେ ତାଙ୍କୁ ଏସସିବି ମେଡିକାଲକୁ ପଠାଯାଇଥିଲା। ଗୁରୁବାର ରାତିରେ ବିମାନବନ୍ଦରରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସରେ ଏସସିବି ମେଡିକାଲକୁ ରେଫର କରାଯାଇଥିଲା। ମାତ୍ର ଏସସିବିରେ ସେ ପହଞ୍ଚିବା ପରେ ସେଠାରୁ ଚମ୍ପଟ ମାରିଥିଲେ ।ଏ ସମ୍ପର୍କରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ତେବେ ଆଜି ତାଙ୍କୁ ଭୁବନେଶ୍ୱରସ୍ଥ ଏକ ହୋଟେଲରେ ଠାବ କରାଯାଇଥିଲା । ସେ ଏସସିବିରେ ଆଡମିଟ ହେବାକୁ ରାଜି ନହୋଇ ସେ ପଳାଇ ଆସିଥିଲେ ।