ପଡିଆରେ ବିନା ଦର୍ଶକରେ ଖେଳାଯିବ ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ମ୍ୟାଚ୍

ପଡିଆରେ ବିନା ଦର୍ଶକରେ ଖେଳାଯିବ ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ମ୍ୟାଚ୍

ଖେଳ ଖବର

ସାରା ବିଶ୍ବକୁ ଘାରିଛି ମହାମାରୀ କରୋନାର ଭାଇରସର ଭୟ। ଏହାକୁ ନେଇ ସ୍ବାସ୍ଥ୍ୟବିଭାଗ କିଛି ଆଡଭାଇଜରୀ ଜାରି କରିଛି। ଅନ୍ୟପଟେ ଦେଶରେ କରୋନା ଆତଙ୍କ ପରେ BCCI ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାରି ଫଳରେ ଷ୍ଟାଡିୟମ୍ ଭିତରକୁ ଦର୍ଶକଙ୍କୁ ପ୍ରବେଶ ନିଷେଧ କରିଛି ବିସିସିଆଇ। ବିନା ଦର୍ଶକରେ ଖେଳାଯିବ ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ମ୍ୟାଚ୍। ସିରିଜର ଅବଶିଷ୍ଟ ମ୍ୟାଚ ଗତକାଲି ପ୍ରଥମ ଦିନର ମ୍ୟାଚ ଧର୍ମଶାଳାରେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ୍ ହୋଇଥିଲା । ଆଉ ଏହା ପରେ ୩ ଟିକିଆ ସିରିଜ୍ର ଅବଶିଷ୍ଟ ୨ଟି ମ୍ୟାଚ୍ ବିନା ଦର୍ଶକରେ ହେବ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଘରେ ବସି ମ୍ୟାଚର ସିଧାପ୍ରସାରଣ ଦେଖିପାରିବେ ଦର୍ଶକ। ତେବେ ପୂର୍ବରୁ ଟିକେଟ୍ କିଣି ସାରିଥିବା ଦର୍ଶକ ଟଙ୍କା ଫେରିପାଇବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ବିସିସିଆଇ ପକ୍ଷରୁ ଏହା ବି କୁହାଯାଇଛି ଯେ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ସହ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସହ ଆଲୋଚନା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ COVID-19 କୁ ମହାମାରୀ ଘୋଷଣା କରାଯିବା ପରେ ଭାରତ ସରକାରଙ୍କ ଗାଇଡଲାଇନକୁ ମାନିବା ସହ ଆଥଲେଟ୍ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିସିସିଆଇ ଏଭଳି ପ୍ରୟାସ କରିଥିବା କହିଛି। ସେହିପରି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ ନ କରିବାକୁ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପରାମର୍ଶ ଦେଇଛି ।