ଜାଣନ୍ତୁ ‘କ୍ୟାଣ୍ଡେଲ ସ୍ପା’ କ’ଣ ?

ଜାଣନ୍ତୁ ‘କ୍ୟାଣ୍ଡେଲ ସ୍ପା’ କ’ଣ ?

ସ୍ୱାସ୍ଥ୍ୟ ହିଁ ସମ୍ପଦ

ମହାନଗରୀ ଦିଲ୍ଲୀ, ମୁମ୍ବାଇରେ ଏବେ ଅଧିକାଂଶ ଯୁବତୀ ଓ ମହିଳା ‘କ୍ୟାଣ୍ଡେଲ ସ୍ପା’ ଚର୍ଚ୍ଚା କରାଇବାକୁ ପସନ୍ଦ କରୁଛନ୍ତି । ଭିନ୍ନ ଅନୁଭୂତି ଦେଉଥିବା ଏହି ସ୍ପାରେ ରଙ୍ଗବେରଙ୍ଗର ତଥ୍ୟ ସୁଗନ୍ଧିତ ମହମବତି ବ୍ୟବହୃତ ହୋଇଥାଏ । ସୌନ୍ଦର୍ଯ୍ୟ ବିଶେଷଜ୍ଞ ମାହିରାଙ୍କ ମତରେ ଦିନକୁ ଦିନ ଏହି ସ୍ପାର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଗତ ବର୍ଷ ଜାପାନ ଗସ୍ତ ଅବସରରେ ସେ ଏହି ନୂତନ ସ୍ପାର ତାଲିମ ନେଇ ଆସିଛନ୍ତି । ଭାରତୀୟ ଜଳବାୟୁ ପାଇଁ କ୍ୟାଣ୍ଡେଲ ସ୍ପା ଉତ୍ତମ ପ୍ରଭାବ ପକାଉଥିବାର ଗ୍ରାହକଙ୍କ ମତ । ଫେସିଆଲରେ ମଧ୍ୟ ଏହି ମହମବତୀକୁ ଉପଯୋଗ କରାଯାଉଥିବା ବେଳେ ଅନ୍ୟ ସ୍ପା ନିମନ୍ତେ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି । କ୍ୟାଣ୍ଡେଲ ସ୍ପାର ସୁଗନ୍ଧରେ ମାନସିକ ଶାନ୍ତି ମିଳିବା ସହ ଜଣେ ଅବସାଦମୁକ୍ତ ମଧ୍ୟ ହୋଇପାରିଥାଏ । କର୍ମଜୀବୀ ମହିଳା ଏହି ସ୍ପା କରାଇବାକୁ ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଉଛି । କ୍ୟାଣ୍ଡେଲ ସ୍ପାର ମୂଲ୍ୟ ୧,୫୦୦-୯,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।