ବାଲେଶ୍ବର : ରାସ୍ତାକଡରୁ ଦୁଇଟି ନବଜାତ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ବାଲେଶ୍ବର ଜିଲା ଅନନ୍ତପୁର ବାସୁଦେବପୁରର ଗୁଡ୍ ଛକ ନିକଟରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଗୁଡ୍ ଗ୍ରାମର ଉଦ୍ଧବ ନାୟକ ନାମକ ଜଣେ ବ୍ୟକ୍ତି ବାସୁଦେବପୁରରୁ ଫେରୁଥିବା ବେଳେ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତାପରେ ସେ ଦୁଇ ଜଣଙ୍କୁ ନିଜ ଘରକୁ ଆଣି ରଖିଥିବା ଜଣାପଡିଛି। ତେବେ ଶିଶୁ କନ୍ୟା କାହାର ସେ ସମ୍ପର୍କରେ ସ୍ପଷ୍ଟ ଜଣା ପଡି ନାହିଁ।
