ଆଜିଠୁ ଓଡ଼ିଶା ବହାରକୁ ଗଡ଼ିବନି ବସ୍। ଆଜି ଦିନ ୧୧ଟାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ସେବା ବନ୍ଦ କରାଯାଇଛି । ଆଜିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ବସ୍ ଚଳାଚଳ କରିବ ନାହିଁ। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ଭାରତରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅପରପକ୍ଷେ ୨୯ ଯାଏଁ ରାଜ୍ୟ ସରକାର ୫ ଜିଲ୍ଲା ଓ ୮ ସହରରେ ଲକ୍ଡାଉନ୍ ଘୋଷଣା କରିଛନ୍ତି।
