ଲଣ୍ଡନର ଜନୈକ ଖବରକାଗଜର ସମ୍ପାଦକ ଯେତେବେଳେ କରୋନା ଭାଇରସ ସମ୍ପର୍କିତ ତଥ୍ୟ ଓ ସଚେତନତା ଜାଣିଲେ । ଅନେକାଂଶରେ ଏସବୁ ସ୍ପେନିଶ ଭାଇରସ ସହ ମେଳ ଖାଉଥିବାର ତାଙ୍କୁ ଅନୁଭୂତ ହେଲା । ତୁରନ୍ତ ସେ ପାଠାଗାରରୁ ୧୯୧୮ ସମୟର ସମସ୍ତ ଖବରକାଗଜ ଆଣି ତଥ୍ୟ ଯୋଗାଡ଼ କଲେ । ୧୯୧୮ ରେ ଛପା ହୋଇଥିବା ଖବରକାଗଜରେ ଲୋକଙ୍କ ବିଭିନ୍ନ ଉପଦେଶମାନ ଦିଆଯାଇଛି । ବାରମ୍ବାର ହାତ ସାବୁନରେ ଧୋଇବା ସହ ପରସ୍ପରଠାରୁ ଦୂରତ୍ୱ ରଖିବା ଆବଶ୍ୟକ ଓ ଭିଡ଼ ସ୍ଥାନକୁ ନ ଯିବା ନିମନ୍ତେ ଉଲ୍ଲେଖ ହୋଇଛି । ସେ ସମୟରେ ମାସ୍କର ଏତେଟା ପ୍ରଚଳନ ଥିଲା, କିନ୍ତୁ ଲୋକଙ୍କୁ ଘରୋଇ ଉପାୟରେ ମାସ୍କ ତିଆରି କରି ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ୧୦୦ ବର୍ଷ ତଳର ସ୍ପେନିଶ ଭାଇରସର ସ୍ଥିତିକୁ ବର୍ତ୍ତମାନର କରୋନା ଭାଇରସ ଅନେକ ସାମଞ୍ଜସ୍ୟ ଥିବାର ଗବେଷକ ମୁଖ୍ୟ କେନ କହିଛନ୍ତି । ଗବେଷକଙ୍କ ମତରେ ଇତିହାସ ନିଜକୁ ପୁନର୍ବାର ଦୋହରାଇଛି, ଏଥିରେ ଦ୍ୱିମତ ନାହିଁ ।
