ଡ୍ରେନରୁ ମିଳିବ କରୋନା ବ୍ୟାପିବା ନେଇ ଆଗୁଆ ସୂଚନା

ଡ୍ରେନରୁ ମିଳିବ କରୋନା ବ୍ୟାପିବା ନେଇ ଆଗୁଆ ସୂଚନା

ବିଶେଷ ଖବର

ନେଦରଲ୍ୟାଣ୍ଡର କିଛି ଗବେଷକ ଦାବି କରିଛନ୍ତି ଯେ କୌଣସି ସହରର କରୋନା ବ୍ୟାପିବ କି ନାହିଁ, ସେ ସମ୍ପର୍କରେ ସେଠାକାର ବର୍ଜ୍ୟ ନିଷ୍କାସନ ପ୍ରଣଳୀରୁ ପ୍ରମାଣ ମିଳିପାରିବ । ସେମାନଙ୍କ କହିବାନୁସାରେ , ମଣିଷର ମଳ ଦେଇ କରୋନା ଭାଇରସ ଡ୍ରେନକୁ ଆସିଥାଏ । ଏହା ଯୋଗୁଁ ସହରରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଖୁବ କମ ଲୋକ ଥିଲେ ମଧ୍ୟ ସେଠାକାର ଡ୍ରେନରୁ କରୋନା ଭୂତାଣୁର ସନ୍ଧାନ ମିଳିଯାଇଥାଏ । ଏହା ମାଧ୍ୟମରେ କୌଣସି ସହରରେ କରୋନା ରୋଗୀ ଅଛନ୍ତି କି ନାହିଁ ଏବଂ ସେଠାରେ ଆଗାମୀ ଦିନରେ ଏହା ବ୍ୟାପିବ କି ନାହିଁ ସେ ସମ୍ପର୍କରେ ଆଗୁଆ ସୂଚନା ମିଳିପାରିବ । ଏହା ଜରିଆରେ ବିଭିନ୍ନ ସହରର ପ୍ରଶାସନ ସେଠାରେ କରୋନା ନିୟନ୍ତ୍ରଣ ପାଇଁ ଆଗୁଆପଦକ୍ଷେପ ନେବେ । ନେଦରଲ୍ୟାଣ୍ଡର କେଡବ୍ଲ୍ୟୁଆର ୱାଟର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଗବେଷକମାନେ ଏହା ଉପରେ ଅଧ୍ୟୟନ କରିଥିଲେ । ସେମାନେ ଦେଶର ସାତଟି ସହରର ଡ୍ରେନରୁ ନମୁନା ଆଣି ତାହାର ପରୀକ୍ଷା କରିଥିଲେ । ଏଥିରେ ସେମାନେ କେଉଁ କେଉଁ ସହରରେ କରୋନା ରୋଗୀ ଅଛନ୍ତି, ତାହାର ଆଭାସ ପାଇଥିଲେ । ଏହି ଉପାୟରେ ନେଦରଲ୍ୟାଣ୍ଡର ରାଜଧାନୀ ଆମଷ୍ଟରଡାମରେ କରୋନା ବ୍ୟାପିବା ପୂର୍ବରୁ ସେଠାକାର ଡ୍ରେନରେ କରୋନା ଭାଇରସର ସନ୍ଧାନ ମିଳିଥିଲା ।