ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବିଏମସି।

ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବିଏମସି।

ରାଜ୍ୟ

ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ବିଏମସି। ବିଭିନ୍ନ ସଂସ୍ଥା ଦ୍ବାରା ମୋବାଇଲ୍‌ ଭ୍ୟାନ୍‌ ଓ ହୋମ୍‌ ଡେଲିଭରି ସୁବିଧା କରାଯାଇଛି। ଡେଲି ମାର୍କେଟ୍‌ ପାଇଁ 67ଟି ଓ୍ବାର୍ଡରେ 68ଟି ନୂଆ ସ୍ଥାନଚିହ୍ନଟ କରାଯାଇଛି। ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟୀ ବସିପାରିବେ ନାହିଁ। ଏସବୁ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଅପିଲ୍‌ କରାଯାଇଛି। ଯଥା ସମ୍ଭବ ଘରୁ ନ ବାହାରିବା ପାଇଁ ବିଏମ୍ସିର ଅପିଲ୍‌ କରିଛି। ସୂଚନାଯୋଗ୍ୟ, ଭୁବନେଶ୍ବରରୁ 32ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମସି ତରଫରୁ ବେଶ୍‌ କଡା ପଦକ୍ଷେପ ନିଆଯାଉଛି। ଓଡ଼ିଶାର ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 39ରେ ପହଞ୍ଚିଛି।