ଘରୁ ଯଦି ଅତି ଜରୁରୀ ଆବଶ୍ୟକତା ପାଇଁ ବାହାରୁଛନ୍ତି ନିଜ ସୁରକ୍ଷା ନିମନ୍ତେ ପ୍ରଥମେ ମାସ୍କ ପିନ୍ଧନ୍ତୁ । ବିଶେଷଜ୍ଞଙ୍କ କହିବା ନୁସାରେ ଭାରତର ସ୍ଥିତି ଅନୁସାରେ ୮୦% ଲୋକ ମାସ୍କ ପିନ୍ଧିଲେ ହିଁ ସଂକ୍ରମଣରୁ ରକ୍ଷା ପାଇପାରିବେ । ଚୀନର ଓହାନରେ ଯେତେବେଳେ ପରିସ୍ଥିତି ଅସମ୍ଭାଳ ହେଲା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଗଲା । ଲକଡାଉନ ସହ ଏହି ମାସ୍କ ପିନ୍ଧିବା ଲୋକଙ୍କ ସଂକ୍ରମଣରୁ ରକ୍ଷା କଲା । ସିଙ୍ଗାପୁରରେ ପରିସ୍ଥିତି ଜଟିଳ ହେବା ପୂର୍ବରୁ ସରକାର ମାସ୍କ ବାଣ୍ଟିବା ଆରମ୍ଭ କଲେ । ଜାପାନ, ଦକ୍ଷିଣ କୋରିଆ, ତାଇୱାନ, ଥାଇଲାଣ୍ଡରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ହେଲା । ବିଶେଷଜ୍ଞ ପରାମର୍ଶ ଦେଲେ, ମାସ୍କ ପିନ୍ଧିବା ପୂର୍ବରୁ ଏହାକୁ ଭଲ ଭାବେ ପରିଷ୍କାର କରିବା ଜରୁରୀ । ଥରୁଟିଏ ମାସ୍କ ପିନ୍ଧିବା ପରେ ଏହାକୁ ଧୋଇ ଖରାରେ ଶୁଖାଇ ପୁଣି ବ୍ୟବହାର କରିପାରିବେ । ବାହାରୁ ଆସିଲେ ନିଜ ପୋଷାକକୁ ମଧ୍ୟ ଖରାରେ ଶୁଖାନ୍ତୁ । ନିଜ ଦୈନନ୍ଦିନ ପିନ୍ଧା ପୋଷାକକୁ ଗରମ ପାଣିରେ ବୁଡ଼ାଇ ରଖିବା ପରେ ହିଁ ସଫା କରିପାରିବେ ।
