ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ପାର ହୋଇଥିବାବେଳେ କରୋନାରେ ମ଼ୃତକଙ୍କ ସଂଖ୍ୟା ୨ଶହ ପାର ଟପିଲାଣି । ଦେଶରେ କରୋନାକୁ କିପରି ମୁକାବିଲା କରାଯାଇପାରିବ ଏଥିପାଇଁ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ସବୁ ସରକାର ସକ୍ରିୟ ମୋଡର ମୁକାବିଲା କରୁଛନ୍ତି । ତେବେ କରୋନା ପରି ମହାମାରୀକୁ ରୋକିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି । ଆସନ୍ତା ୧୪ରେ ଲକ୍ଡାଉନ୍ ଅବଧି ସରିବାକୁ ଯାଉଛି । ତେବେ ଲକ୍ଡାଉନ୍ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ । ତେବେ ସୂଚନାନୁସାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମ୍ବୋଧନ ସମୟରେ ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ନେଇ ଘୋଷଣା କରାଯାଇପାରେ । ତେବେ କେନ୍ଦ୍ର ସରକାରଙ୍କ ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ପୂର୍ବରୁ କେତେକ ରାଜ୍ୟ ନିଜ ନିଜ ପ୍ରଦେଶରେ ଲକ୍ଡାଉନ୍ ଅବଧି ବୃଦ୍ଧି କରାସାରିଛନ୍ତି । ଯେପରି ଓଡିଶା ସରକାର ଅପ୍ରେଲ ୩୦ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ନେଇ କିଛି ଦିନ ତଳେ ଘୋଷଣା କରିସାରିଛନ୍ତି । ଏହାପରେ ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ସରକାର ଲକ୍ଡାଉନ୍ ଅବଧି ବୃଦ୍ଧି କରିବା ପାଇଁ ଘୋଷଣା କରିସାରିଛନ୍ତି ।
