କରୋନା ନାମକ ମହାମାରୀ ସାରା ବିଶ୍ୱରେ ବ୍ୟାପିଥିବାବେଳେ ନିଜର ମାନବିକତା ଦେଖାଇ ଜଣେ ମହିଳାଙ୍କ ଜୀବନ ବଂଚାଇଛନ୍ତି ଦ୍ୱିତୀକୃଷ୍ଣ ଦୋରା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ନୂଆଗଡା ଗ୍ରାମରେ । ଉକ୍ତ ଗ୍ରାମରେ ଜଣେ ମହିଳାଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମ୍ କେ ସିଜି କୁ ନେଇଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ ୩ ୟୁନିଟ ରକ୍ତ ଯୋଗାଡ କରିବା ପାଇଁ କହିଥିଲେ । ରକ୍ତ ଭଣ୍ଡାରରେ ଅଭାବ ଯୋଗୁଁ ଉକ୍ତ ଗ୍ରୁପର ରକ୍ତ ମିଳିପାରିନଥିଲା । ତେବେ କୌଣସି ମତେ ଖବର ପାଇ ଦିଗପହଣ୍ଡି ବ୍ଳକର ଦ୍ୱିତୀକୃଷ୍ଣ ନାମକ ଜଣେ ଯୁବକ ମେଡିକାଲ ଆସି ରକ୍ତ ଦେଇ ମହିଳାଙ୍କ ଜୀବନ ବଂଚାଇଥିଲେ । ସେ ଜଣେ ଆର୍ମି ବ୍ଲଡ ଗ୍ରୁପର ସଦସ୍ୟ ହୋଇଥିବାରୁ କରୋନା ଓ ଲକ ଡାଉନ ର କଡାକଡି ନିୟମକୁ ଖାତିର ନକରି ତୁରନ୍ତ ଯାଇ ରକ୍ତ ଦେଇ ମହିଳାଙ୍କ ଜୀବନ ବଂଚାଇଥିଲେ । ଏନେଇ ଦ୍ୱିତକୃଷ୍ଣଙ୍କୁ ସମସ୍ତ ମହଲରୁ ପ୍ରଶଂସା ମିଳିଥିବା ସହିତ ଏଭଳି ଘଡିସନ୍ଧି ମୂହୁର୍ତରେ ମହତ୍ୱ କାର୍ଯ୍ୟ କରି ଏକ ଉଦାହରଣ ପାଲଟିଯାଇଛନ୍ତି ।
