କରୋନା ଭାଇରସ୍କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍ କରିଛନ୍ତି । ଏଥିରେ ରେଡ୍ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ସାମିଲ୍ ରହିଛନ୍ତି । ରେଡ୍ ଜୋନ୍ରେ 170ଟି ହଟସ୍ପଟ୍ ରହିଛି । ସେହିପରି 47ଟି ଜିଲ୍ଲାରେ 47 ଜିଲ୍ଲା ସାମିଲ୍ ରହିଛି । ରେଡ୍ ଜୋନ୍ ଅରେଞ୍ଜ ଜୋନ୍ରେ ବଦଳି ପାରିବ । ଯଦି 14 ଦିନ ଭିତରେ ଏହି ଅଞ୍ଚଳରେ କୌଣସି ନୂତନ କେସ୍ ଆସିବ ନାହିଁ ତେବେ ତାହା ଅରେଞ୍ଜ ଜୋନ୍କୁ ପରିବର୍ତ୍ତିତ ହେବ । ସେହିପରି ଅରେଞ୍ଜ ଜୋନ୍ଗୁଡିକ ଗ୍ରୀନ୍ ଜୋନ୍କୁ ପରିବର୍ତ୍ତନ ହେବ, ଯଦି ସେଠାରେ 14 ଦିନ ପର୍ଯ୍ୟନ୍ତ ସେଠାରେ କୌଣସି ନୂତନ ମାମଲା ଆସିବ ନାହିଁ । ସେହିପରି ରେଡ୍ ଜୋନ୍ରେ ଯଦି 28 ଦିନ ଭିତରେ କରୋନା ଭାଇରସର କୌଣସି ନୂତନ ମାମଲା ଆସିବ ନାହିଁ ତେବେ ତାହା ମଧ୍ୟ ଗ୍ରୀନ୍ ଜୋନ୍କୁ ଆସିପାରିବ ।
