ସମଗ୍ର ଦୁନିଆରେ କରୋନା ଭୂତାଣୁ ସଂକ୍ରମଣ ପାଇଁ ଭୟର ପରିବେଶ ସୃଷ୍ଟି ହୋଇଛି । ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଟ୍ରେନ, ମେଟ୍ରୋ, ବସ ସହ ସମସ୍ତ ଧାର୍ମିକ ସ୍ଥଳ ବି ବନ୍ଦ ରହିଛି । ମନ୍ଦିର, ଗୁରୁଦ୍ୱାର, ମସଜିଦକୁ ଯିବାକୁ ବି ବାରଣ କରାଯାଇଛି । ତେବେ ଏହାକୁ ନେଇ ଅନେକ ସ୍ଥାନରେ ବିରୋଧାଭାସ ମଧ୍ୟ ଦେଖିବାକୁ ମିଳିଛି । ଏହି ଅବସରରେ ସଲମାନ ଖାନ ଏକ ଫଟୋ ସେୟାର କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିଜ ଟ୍ୱିଟରରେ ଛାଡ଼ିଥିବା ଦୁଇ ଫଟୋରେ ଜଣେ ବ୍ୟକ୍ତି ନିଜ ବାଲକୋନିରେ ହାତ ଯୋଡ଼ି ବସିଥିବା ବେଳେ ଆଉ ଜଣେ ନମାଜ ପାଠ କରୁଛନ୍ତି । କରୋନାରୁ ମୁକୁଳିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଭଗବାନଙ୍କ ଶରଣ ନେଇଥିବା କଥାକୁ ହିଁ ସେ ଲୋକଙ୍କ ସାମ୍ନାକୁ ଆଣିଛନ୍ତି । ସଙ୍କଟ ସମୟରେ ସାମ୍ପ୍ରଦାୟିକ ସଦଭାବନାର ଏହି ଚିତ୍ରଟି ବେଶ୍ ଭାଇରାଲ ହେବାରେ ଲାଗିଛି ।
