ବିହାରର ଦୁହ୍ୱିନ ବଜାରରେ ଜଣେ ଯୁବକ ଲକଡାଉନ ଯୋଗୁଁ ଦ୍ୱିତୀୟ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି । ଯୁବକ ଜଣଙ୍କର ପତ୍ନୀ ଲକଡାଉନ ଯୋଗୁଁ ବାପ ଘରେ ଫସି ରହିଥିବା କାରଣରୁ ସେ ରାଗରେ ଦ୍ୱିତୀୟ ବିବାହ କରିଥିବା ଜଣାପଡ଼ିଛି । ପୁଲିସ ସୂଚନା ମୁତାବକ ଲକଡାଉନ ଘୋଷଣା ହେବା ପୂର୍ବରୁ ତାଙ୍କ ପତ୍ନୀ ବାପ ଘରକୁ ଯାଇଥିଲେ । ଲକଡାଉନ ଯୋଗୁଁ ସେ ଫେରି ପାରିନଥିଲେ । କୌଣସି ଉପାୟରେ ତାଙ୍କ ପତ୍ନୀ ଫେରନ୍ତୁ ବୋଲି ଯୁବକ ଜଣକ ବାଧ୍ୟ କରିବା ସହ ଦ୍ୱିତୀୟ ବିବାହ କରିବାର ଧମକ ଦେଇଥିଲେ । ପତ୍ନୀ ଫେରି ପାରି ନଥିବାରୁ ସେ ସତରେ ଦ୍ୱିତୀୟ ବିବାହ କରିଥିଲେ । ସେ ତାଙ୍କ ପୁରୁଣା ପ୍ରେମିକାକୁ ବିବାହ କରିଥିଲେ । ତାଙ୍କ ପତ୍ନୀ ଏ ନେଇ ପୁଲିସରେ ଅଭିଯୋଗ ଦାଖଲ କରିବାରୁ ପୁଲିସ ଯୁବକ ଜଣକୁ ଗିରଫ କରି ଜେଲ ପଠାଇ ଦେଇଛି ।
