ସାମ୍ବାଦିକଙ୍କ ପାଇଁ ଖୁସିଖବର, ୧୦ ଲକ୍ଷ ଟଙ୍କାର ବୀମା ଯୋଜନା କଲେ ଏହି ମୁଖ୍ୟମନ୍ତ୍ରୀ

ସାମ୍ବାଦିକଙ୍କ ପାଇଁ ଖୁସିଖବର, ୧୦ ଲକ୍ଷ ଟଙ୍କାର ବୀମା ଯୋଜନା କଲେ ଏହି ମୁଖ୍ୟମନ୍ତ୍ରୀ

ବିଶେଷ ଖବର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ବାଦିକମାନଙ୍କୁ ବୀମାଭୁକ୍ତ କରିଛନ୍ତି । ମମତା ବାନାର୍ଜୀ କରୋନା ମୁକାବିଲା ଦିଗରେ ସାମ୍ବାଦିକମାନଙ୍କ ଦାୟିତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି ଏବଂ ସାମ୍ବାଦିକମାନଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ଦେବାକୁ କହିଛନ୍ତି । ତେବେ ମମତା ସାମ୍ବାଦିକମାନଙ୍କୁ ସକାରାତ୍ମକ ଖବର ଉପରେ ଧ୍ୟାନ ଦେବାକୁ କହିଛନ୍ତି । ନକାରାତ୍ମକ ଖବର କେବଳ ଲୋକମାନଙ୍କୁ ବିଷାଦ ମଧ୍ୟକୁ ଠେଲି ଦେଉଛି ବୋଲି ସେ କହିଛନ୍ତି । ମମତା କହିଛନ୍ତି, ଏହା ତାଙ୍କ ନିଜସ୍ୱ ମତାମତ ନୁହେଁ, ବରଂ ଲୋକମାନେ ସବୁବେଳେ ନକାରାତ୍ମକ ଖବର ଦେଖି ବିଷାଦଗ୍ରସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ରାଜ୍ୟ ସଚିବାଳୟରୁ ଗଣମାଧ୍ୟମକୁ ଉଦବୋଧନ ଦେଇ ମମତା ଏହା କହିଛନ୍ତି । ଲକଡାଉନ ପାଇଁ ସୁଟିଂ ବନ୍ଦ ହୋଇଯାଇଥିବାରୁ ଲୋକେ ସିରିୟଲ ଦେଖିପାରୁନାହାନ୍ତି । ସବୁବେଳେ ସେମାନେ କୋଭିଡ-୧୯ ଖବର ଦେଖୁଛନ୍ତି । କିନ୍ତୁ ବାରମ୍ବାର ନକାରାତ୍ମକ ଖବର ପଢ଼ିବା ଦ୍ୱାରା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି । ତେଣୁ ସାମ୍ବାଦିକମାନଙ୍କୁ ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଦେବା ପାଇଁ ମମତା କହିଛନ୍ତି ।