ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସ କାରଣରୁ ଜଣେ ତାନ୍ତ୍ରିକର ପରାମର୍ଶରେ ନିଜ ଦୁଇ ବର୍ଷର ଝିଅକୁ ହତ୍ୟା କରିଛି ଜହ୍ଲାଦ ବାପା। ମୀରଟର ଖାଇଖେଡାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। 30 ବର୍ଷୀୟ ଓ୍ବାଜିଦ୍ ନିଜ ଦୁଇ ବର୍ଷର ଝିଅ ତରନ୍ନୁମକୁ ତଣ୍ଟି ଚିପି ହତ୍ୟା କରିଥିଲା। ପରିବାରର ଅନ୍ୟ ସମସ୍ତ ସଦସ୍ୟ ଶୋଇଥିବା ବେଳେ ଓ୍ବାଜିଦ୍ ଏହି କାଣ୍ଡ ଘଟାଇଥିଲା। ଓ୍ବାଜିଦ୍ର ପତ୍ନୀ ଏହି ଘଟଣା ନେଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ। ପେଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ତାନ୍ତ୍ରିକକୁ ମଧ୍ୟ ପୋଲିସ ଗିରଫ କରିଛି । 30 ବର୍ଷୀୟ ଓ୍ବାଜିଦ୍ ଇଟାକଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ତାର ଜଣେ ସହକର୍ମୀ ଇର୍ଫାନ୍(28) ତନ୍ତ୍ର ବିଦ୍ୟାର ଅଭ୍ୟାସ କରୁଥିଲେ।
