ଲକଡାଉନ କଟକଣା ଉଠିବା ପରେ ବିଦେଶରେ ଫସି ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ସରକାର ଯୋଜନା କରୁଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ କିମ୍ବା ରେଗୁଲାର ବିମାନ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟ ମଧ୍ୟରେ ଚଳାଚଳ ଆରମ୍ଭ କଲେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ହେଲେ ଏସବୁ ଲକଡାଉନ ସ୍ଥିତି ଉପରେ ନିର୍ଭର କରେ। ଏହାଛଡା ପେମେଣ୍ଟ ଆଧାରରେ ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଅର୍ଥାତ ବିମାନ ଟିକେଟ ପାଇଁ ନାଗରିକଙ୍କୁ ଟଙ୍କା ଦେବାକୁ ପଡିବ। କରୋନା ଯୋଗୁ ହଜାର ହଜାର ସଂଖ୍ୟକ ଭାରତୀୟ ବିଦେଶରେ ଫସି ରହିଛନ୍ତି,ବିଶେଷ କରି ଗଲ୍ଫରେ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ମେ ୩ରେ ଏହି ଲକଡାଉନ ଅବଧି ଶେଷ ହେବ। ଏହାପରେ ଦେଶରେ ଲକଡାଉନ ଅବଧି ପୁଣି ବଢ଼ିବ ନା ନାହିଁ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ।
