ରାଜଭବନରେ ପହଞ୍ଚିଲା କରୋନା ।

ରାଜଭବନରେ ପହଞ୍ଚିଲା କରୋନା ।

ରାଜ୍ୟ ଖବର

କରୋନା ଯୋଗୁଁ ଦେଶରେ ସ୍ଥିତି ଜଟିଳ ରହିଛି। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ଏବେ କରୋନା ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ରାଜଭବନର ଚାରି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷୟା, ଜଣେ ନର୍ସ ଓ ଅନ୍ୟ ଜଣେ ଆଟେଣ୍ଟାଣ୍ଟ ରହିଛନ୍ତି। ପଜିଟିଭ୍‌ ଆସିବାପରେ ରାଜଭବନକୁ ବିଶୋଧନ କରାଯାଇଛି। ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ସରକାରୀ ବାସଭବନ ବିଜୟଓ୍ବାଡାରେ ରହିଥିବାବେଳେ ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ରହିଛି। ଏଠାରେ ୧୦୦ରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ୧୦୦୦ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି। ସେହିପରି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ୍‌ ସାଂସଦଙ୍କ ପରିବାରର 6ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। କୁର୍ନୁଲ ସାଂସଦ ଡ ସଞ୍ଜୀବ କୁମାରଙ୍କ ୮୩ ବର୍ଷ ବୟସ୍କା ପିତା ଅତି ଗୁରୁତର ଅବସ୍ଥାରେ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ପାଞ୍ଚଜଣ ପରିବାର ସଦସ୍ୟ ମଧ୍ୟ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ନିର୍ମିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କର୍ମଚାରୀ ସଂକ୍ରମିତ ‌ହୋଇଥିବା ଘଟଣା ଜଣାପଡ଼ିବା ପରେ ରାଜ୍ୟପାଳଙ୍କ ସରକାରୀ ବାସଭବନ, ରାଜଭବନରେ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି। ରାଜଭବନ ପରିସରରେ ସୋଡିୟମ୍ ହାଇଡ୍ରୋକ୍ଲୋରାଇଟ୍ ସିଞ୍ଚନ ନିମନ୍ତେ ପୌର କର୍ତ୍ତୃପକ୍ଷ ଡ୍ରୋନ୍ ମୁତୟନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ୧ହଜାର ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।