ଜାଣନ୍ତୁ କ୍ୱାରେଣ୍ଟାଇନ କ୍ୟାମ୍ପରେ ରହିଲେ କି କି ସୁବିଧା ମିଳିବ ।

ଜାଣନ୍ତୁ କ୍ୱାରେଣ୍ଟାଇନ କ୍ୟାମ୍ପରେ ରହିଲେ କି କି ସୁବିଧା ମିଳିବ ।

ରାଜ୍ୟ

କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏହି ଲାକଡାଉନ ଯୋଗୁଁ ବସ ଓ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ରାଜ୍ୟର ଅଧିôକାଂଶ ଅଞ୍ଚଳର ଲୋକେ ରାଜ୍ୟ ବାହାରେ ଫଶି ରହିଛନ୍ତି । ତେବେ ଅନ୍ୟ ରାଜ୍ୟରୁ ଫେରି ବିନା ପଞ୍ଜୀକରଣରେ କେହି ଘରକୁ ଯାଇପାରିବେ ନାହିଁ । ଗତ ୨୨ ତାରିଖ ଦିନ ଏମିତି ଫତୱା ଜାରି କରିଥିଲେ ରାଜ୍ୟ ସରକାର । ଲକଡାଉନ ହଟିବା ପରେ ବାହାର ରାଜ୍ୟରୁ ଯିଏ ଗାଁକୁ ଫେରିବାକୁ ଚାହିଁବେ ତାଙ୍କୁ ନିଜ ସମ୍ପର୍କରେ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ପରେ ସେମାନେ ଘରକୁ ଆସିବା ପରେ ପଞ୍ଚାୟତରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରେ ସେମାନେ ରହିବେ । ଏହାରି ଭିତରେ ରାଜ୍ୟ ସରକାର ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟାଇନ ସେଣ୍ଟର ସମ୍ପର୍କିତ ଗାଇଡଲାଇନ ଜାରି କରିଛନ୍ତି । ଆଗନ୍ତୁକ ଶ୍ରମିକ ରହିବାକୁ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ କି କି ସୁବିଧା ମିଳିବ ସେ ନେଇ ଗାଇଡଲାଇନ ଜାରି କରାଯାଇଛି । ସେଗୁଡ଼ିକ ହେଲା: ୧- କେନ୍ଦ୍ରରେ ରହୁଥିବା ବୟସ୍କଙ୍କ ଖାଇବା ଖର୍ଚ୍ଚ ଦୈନିକ ୧୨୦, ପିଲାଙ୍କୁ ୧୦୦ ଟଙ୍କା ୨- ସକାଳେ, ଖରାବେଳେ ଓ ରାତିରେ ଖାଇବାକୁ, ସନ୍ଧ୍ୟାରେ ଚା ଦିଆଯିବ ୩- ୧୪ ଦିନ ପାଇଁ ପ୍ରତ୍ୟେକଙ୍କୁ ୩ଶହ ମୂଲ୍ୟର ମିଳିବ ନିତ୍ୟ ବ୍ୟବହାର୍ଯ୍ୟ କିଟ ୪- ପ୍ରତି କେନ୍ଦ୍ର ପାଇଁ ଦୈନିକ ସଫେଇ, ସାନିଟେସନ ଖର୍ଚ୍ଚ ୨ ହଜାର ଟଙ୍କା ୫- ରହୁଥିବା ଲୋକଙ୍କ ନାଁ ରେଜିଷ୍ଟ୍ରେସନରେ ରହିବ, ୱେବସାଇଟରେ ଅପଲୋଡ ହେବ ୬- ଅନ୍ତେବାସୀଙ୍କ ଗୋପନୀୟତା, ସୁରକ୍ଷା ଓ ମର୍ଯ୍ୟାଦାକୁ ଗୁରୁତ୍ୱ ଦିଆଯିବ ୭- ପୁରୁଷ, ମହିଳାଙ୍କ ନିମନ୍ତେ ଅଲଗା ପାଇଖାନା ପାଇଁ ଗାଇଡଲାଇନରେ ନିଦେ୍ର୍ଧଶ ରହିଛି ୮- କ୍ୟାମ୍ପରେ ପିଲାଙ୍କୁ ଗପ ଓ ବଡ଼ଙ୍କୁ ପୁରାଣ ଶୁଣାଇବା ବ୍ୟବସ୍ଥା ହେବ ୯- ଯାହାର ଥଣ୍ଡା, କାଶ ଥିବ, ସେମାନଙ୍କୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ ୧୦- ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଦୈନିକ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ୧୧- ସାରି ଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଅଦôକୃତ ହସ୍ପିଟାଲ ପଠାଯିବ