ଅନ୍ୟ ରାଜ୍ୟରୁ ଡଙ୍ଗାରେ ବାହୁଡ଼ୁଛନ୍ତି ଓଡ଼ିଶା

ଅନ୍ୟ ରାଜ୍ୟରୁ ଡଙ୍ଗାରେ ବାହୁଡ଼ୁଛନ୍ତି ଓଡ଼ିଶା

ରାଜ୍ୟ

ଭୁବନେଶ୍ୱର: କରୋନା ପାଇଁ ସମଗ୍ର ଦେଶରେ କଟକଣା ଲାଗୁ ରହିଥିଲା ବେଳେ ଏକ ଡଙ୍ଗାରେ ସମୁଦ୍ରପଥରେ ଚେନ୍ନାଇରୁ, ଆନ୍ଧ୍ରରୁ, ବହୁ ସଂଖ୍ୟାରେ ଲୋକ ଫେରିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, ଚେନ୍ନାଇରୁ ଡଙ୍ଗାରେ ଆଇନ ଉଲ୍ଲଂଘନ କରି ଯୁବକମାନେ ନିଜ ଗାଁକୁ ଫେରିଛନ୍ତି । ଏହା ଜଣାପଡ଼ିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଗତ ୩ ଦିନ ମଧ୍ୟରେ ଏଭଳି ଘଟଣା ଗୋଟିଏ ପରେ ଗୋଟିଏ ନଜରକୁ ଆସୁଛି । ଲକଡାଉନ ବେଳେ ସାମୁଦ୍ରିକ ଥାନାଗୁଡ଼ିକୁ ବଙ୍ଗୋପସାଗର ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ସତ୍ତ୍ୱେ ଯୁବକମାନେ କେମିତି ଡଙ୍ଗାରେ ଗଞ୍ଜାମ ଆସିଲେ ତାହାର ବିଧିବଦ୍ଧ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ପଦ୍ମନାଭ ସ୍ପଷ୍ଟ କରିଛନ୍ତି ।