ପୁଅର ମୃତ୍ୟୁ ଦେଖି ଆଖି ବୁଜିଲେ ମା’

ପୁଅର ମୃତ୍ୟୁ ଦେଖି ଆଖି ବୁଜିଲେ ମା’

ରାଜ୍ୟ

ନୀଳଗିରି: ପୁଅର ମୃତଦେହ ଦେଖି ଆଖି ବୁଜିଲେ ମା । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତ ବାଲିଚୁଆ ଗ୍ରାମରେ । ଗ୍ରାମର ଶ୍ୟାମସୁନ୍ଦର ସିଂଙ୍କ ପୁଅ ରବୀନ୍ଦ୍ର ଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କ ଗତ ୯ ତାରିଖରେ ବରହମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ନୀଳଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେବାରୁ ସେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ଡାକ୍ତର ରବୀନ୍ଦ୍ରଙ୍କର କିଡନୀ ଖରାପ କହିଥିଲେ । କଟକ ବଡ଼ ଡାକ୍ତରଖାନାକୁ ନେବାର ଆଶା ବାନ୍ଧି ବିଧବା ମାଆ ବେଳମଣି ପୁଅ ରବୀନ୍ଦ୍ରଙ୍କୁ ଘରକୁ ୨୧ ତାରିଖରେ ନେଇ ଆସିଥିଲେ । ହେଲେ ରବିବାର ରାତି ୮ଟାରେ ରବୀନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା । ପୁଅର ମୃତ ଦେହ ଦେଖି ମା’ ମଧ୍ୟ ଆରପାରିକୁ ଚାଲିଗଲେ । ଏଭଳି ଘଟଣା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ରବୀନ୍ଦ୍ରଙ୍କର ଗୋଟିଏ ପୁଅ, ୩ଟି ଝିଅ ଅଛନ୍ତି । ଏବେ ଲକଡାଉନ ସମୟରେ ଶୁଦ୍ଧି କ୍ରିୟା ହେବା ନେଇ ଅସହାୟ ହୋଇ ପଡ଼ିଛନ୍ତି ପରିବାର ସଦସ୍ୟ । ପ୍ରଶାସନ ତରଫରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।