ସାରା ଦୁନିଆରେ କରୋନା ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ 33 ଲକ୍ଷ 8 ହଜାର 233ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଲକ୍ଷ 35 ହଜାର 105ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 10 ଲକ୍ଷ 42 ହଜାର 826 ଜଣ ସୁସ୍ଥ ହୋଇଛନ୍ତି । କରୋନା ଯୋଗୁଁ ବ୍ରିଟି୍ଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସଂକ୍ରମିତ ହୋଇ ସୁସ୍ଥ ହୋଇ ଫେରିଥିବାବେଳେ ଏବେ ରୁଷ୍ର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିସୁସ୍ତିନ୍ ଏବେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେ ଏହି ସମ୍ପର୍କରେ ନିଜେ ସୂଚନା ଦେଇଛନ୍ତି । ସେ ଏବେ ସେଲ୍ଫ ଆଇସୋଲେସନ୍ ରହିବା ସହିତ ଏନେଇ ରାଷ୍ଟ୍ରପତି ଭ୍ଲାଦିମର୍ ପୁଟିନ୍ଙ୍କୁ ଭିଡିଓ କନଫରେନସିଂ ଜରିଆରେ ଅବଗତ କରାଯାଇଛନ୍ତି । ଏବେ ମିଖାଇଲ୍ଙ୍କ କାର୍ଯ୍ୟ ଆଣ୍ଡ୍ରେ ବେଲେସୋଓ୍ବେ ସମ୍ଭାଳିବେ । ରୁଷ୍ରେ ସଂକ୍ରମିତଙ୍କ ସଂଖ୍ୟା 1,06,498ରେ ପହଞ୍ଚିଛି । ସେହିପରି ଦେଶରେ 1,073ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 11,6196ଜଣ ସୁସ୍ଥ ହୋଇଛନ୍ତି।
