ଭୁବନେଶ୍ୱର : ଓଡ଼ିଶା ବେସରକାରୀ ସିକ୍ୟୁରିଟି ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ଆକାଉଂଟକୁ ଆରଟିଜିଏସ ମାଧ୍ୟମରେ ଟଙ୍କା ପଠାଯାଇଛି । ସମ୍ପ୍ରତି କରୋନା ମୁକାବିଲା ପାଇଁ ସାରା ଦେଶ ଅଂଟା ଭିଡ଼ିଛି । ଏହି ପରିପ୍ରେକ୍ଷୀରେ ସିକ୍ୟୁରିଟି ମାଲିକ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଇଛି ବୋଲି ସଂଘର ସଭାପତି ମାନସ ଚୌଧୁରୀ ପ୍ରକାଶ କରିଛନ୍ତି । ଲୋକମାନେ ସଚେତନ ହେବା ସହ ଲକଡାଉନକୁ କଡ଼ାକଡ଼ି ପାଳନ କରାଗଲେ କରୋନା ସଂକ୍ରମଣରୁ ଆମେ ମୁକ୍ତି ପାଇପାରିବା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, କେ ୱାନ ସିକ୍ୟୁରିଟି, ଅରେଂଜ ସିକ୍ୟୁରିଟି, ନାରାୟଣୀ ସିକ୍ୟୁରିଟି, ଜୟଦୁର୍ଗା ସିକ୍ୟୁରିଟି, ଏକଜିକୁ୍ୟଟିଭ ସିକ୍ୟୁରିଟି, ଏଲଆଣ୍ଡକେ ସିକ୍ୟୁରିଟି, ମାଇଣ୍ଡ ଆର୍ଟ, ଗ୍ରୁପ ନମ୍ବର ୫ ସିକ୍ୟୁରିଟି, ଭାରତ ସିକ୍ୟୁରିଟି, କେୟାର ସିକ୍ୟୁରିଟି, ଜେଡ଼ ପ୍ଲସ ସୁରକ୍ଷା ସେବା, ସେଭେନ ଷ୍ଟାର ଇଂଟେଲିଜେନ୍ସ, ନିରାକାର ସିକ୍ୟୁରିଟି, ପାୟିକ ସେଂଟିନେଲ ପ୍ରାଇଭେଟ ଲିମିଟେଡ଼, ମନୋଜ ପାତ୍ର ସିକ୍ୟୁରିଟି ଏଜେନ୍ସୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏହି ଅର୍ଥ ଦାନ କରିଛନ୍ତି । ଏଥିପାଇଁ ସମସ୍ତ ସିକ୍ୟୁରିଟି ସଂସ୍ଥାକୁ ଶ୍ରୀ ଚୌଧୁରୀ ଧନ୍ୟବାଦ ଜଣାଇଛନ୍ତି ।
