ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ ଦୁର୍ଘଟଣାଗସ୍ତ ହୋଇଛି । ସୁରତରୁ ଗଞ୍ଜାମ ଆସୁଥିବାବେଳେ ବସ୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବାର ଖବର ରହିଛି । ତେବେ ଗଞ୍ଜାମ- କନ୍ଧମାଳ ମଝିରେ ଏହି ବସ ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଥିବା ବେଳେ । ବସରେ ପ୍ରାୟ ୫୦ରୁ ଅଧିକ ଲୋକ ଥିଲେ । ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 40 ଜଣଙ୍କୁ ଉଦ୍ଧାର କରିଛି ପୋଲିସ୍ । ଜଣେ ଚାପି ରହିଥିବା ଆଶଙ୍କା ରହିଛି ।
