ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ପ୍ରବାସୀ ଓଡ଼ିଆ ବସ୍ ଦୁର୍ଘଟଣା ହୋଇଛି । ଏନ୍ଏଚ୍ର ନାଗପୁର ଅମରାବତୀଠାରେ ଏହି ବସ୍ ଓଲଟି ପଡିଛି । ବସ୍ରେ ଥିବା 50 ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ 5ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ 5 ଆହତକଙ୍କୁ ଅମରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି ଦୁର୍ଘଟଣା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ | ଗତକାଲି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ନିକଟରେ ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ।
