ଆଜିଠାରୁ ଗ୍ରୀନ୍, ଅରେଞ୍ଜ ଓ ରେଡ୍ ଜୋନରେ ସର୍ତ୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ କୁହାଯାଇଛି । କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ମଦ ଦୋକାନ ଖୋଲିପାରିବ ନାହିଁ। ମାର୍କେଟ ଓ ମଲ୍ ମଧ୍ୟରେ ଥିବା ଦୋକାନ ବ୍ୟତୀତ ବିଭିନ୍ନ ସ୍ଥାନରେ ଥିବା ଗୋଟିକିଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଲକ୍ଡାଉନ୍ 3.0ରେ କଟକଣା କୋହଳ କରାଯାଇ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବା ପରେ ଏବେ ମଦ ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଦୋକାନ ଖୋଲିବା ପୂର୍ବରୁ ଲୋକେ ଲମ୍ବା ଧାଡ଼ିରେ ମଦ ଦୋକାନ ଆଗରେ ଅପେକ୍ଷା କରୁଥିବାର ଦେଖିବାକୁ ମିଳିଛି। କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହରରେ ମଦ ଦୋକାନ ଆଗରେ ଦେଢ କିଲୋମିଟର ପର୍ଯ୍ୟନ୍ତ ଏକ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। କେବଳ ବେଙ୍ଗାଲୁରୁ ନୁହେଁ ଦେଶର ଭିନ୍ନ ଭିନ୍ନ ଅଂଶରେ ମଧ୍ୟ ଏପରି ଚିତ୍ର ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡ୍ଲାଇନ୍ ମୁତାବକ ସହର ଓ ଗ୍ରାମୀଣ କ୍ଷେତ୍ରରେ ସକାଳ 10ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ସାମାଜିକ ଦୂରତ୍ବ ମାନିବାକୁ ବାଧ୍ୟତାମୂଳକ କରାଯାଇଛି।
