ଖୋର୍ଦ୍ଧା : ପୁଣି ଓଡିଶା ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ବସ୍ ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି। ବସ୍ରେ ପ୍ରାୟ ୪୦ ଜଣ ପ୍ରବାସୀ ଓଡ଼ିଆ ହାଇଦ୍ରାବାଦରୁ ବାଙ୍କୀ ଅଭିମୁଖେ ଆସୁଥିଲେ।ବିଳମ୍ବିତ ରାତିରେ କୁହୁଡି ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଜାତୀୟ ରାଜପଥ-୧୬ କୁହୁଡି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସ୍ଟି ଏକ ଆମ୍ବ ବୋଝେଇ ଟ୍ରକ୍କୁ ଧକ୍କା ଦେଇ ରାସ୍ତାକଡକୁ ଢ଼ଳି ପଡିଥିଲା। ଫଳରେ ଘଟଣାସ୍ଥଳରେ ବସ୍ର ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏଥିରେ ବସ୍ର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଆହତମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛନ୍ତି।
