ଦିଲ୍ଲୀ ଗୋବିନ୍ଦପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ମାସ୍କ ପାଇଁ ଜଣେ ବ୍ୟକ୍ତି କାରଖାନା ମାଲିକର 18ବର୍ଷୀୟ ପୁଅକୁ କଇଁଛିରେ ହତ୍ୟା କରିଛି । ମୃତକ ଜଣକ ହେଉଛନ୍ତି 18 ବର୍ଷୀୟ ସଲମାନ୍ । ତାଙ୍କ ପିତା ମାସ୍କ ତିଆରି କରୁଥିବାର ଏକ କାରଖାନା ଚଳାଉଥିଲେ । ସାରା ବିଶ୍ଵରେ କରୋନା ସଂକ୍ରମଣ କାରଣରୁ ମାସ୍କର ଚାହିଦା ବେଶ୍ ଥିବାରୁ ବ୍ୟକ୍ତି ଜଣକ ଠିକାରେ ମାସ୍କ ସପ୍ଲାଇ କରନ୍ତି । ଅଫସର ନାମକ ଜଣେ ବ୍ୟକ୍ତି କମ୍ ଦାମ୍ରେ ମାସ୍କ ତିଆରି କରି ସପ୍ଲାଇ କରି ସଲମାନଙ୍କ ପିତାଙ୍କଠାରୁ ସମସ୍ତ କାମ ନେଇ ଯାଇଥିଲା । ଏହି ମାମଲାକୁ ନେଇ ସଲମାନଙ୍କ ପିତା ଓ ଅଫସରଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ଧାରଣ କଲା ଯେ, ଅଫସର କଇଁଚି ନେଇ ସଲମାନଙ୍କ ବେକରେ ଆକ୍ରମଣ କରିଥିଲେ । 4ରୁ ପାଞ୍ଚ ଥର କଇଁଚିରେ ଆକ୍ରମଣ କରିଥିଲା । ଏହା ପରେ କାରଖାନାକୁ ବାହାର ପଟୁ ବନ୍ଦ କରି ଫେରାର ହୋଇଥିଲା । ସଲମାନଙ୍କର ପାଟି ଶୁଣି ନିକଟରେ ଥିବା ଲୋକେ ଆସି କବାଟ ଭାଙ୍ଗି ସଲମାନକୁ ଉଦ୍ଧାର କରି ନିକଟସ୍ଥ ହସପିଟାଲ୍କୁ ନେଇଥିଲେ । ହସ୍ପିଟାଲ ଯିବା ବାଟରେ ସଲମାନ ମୃତ୍ୟୁବରଣ କରିଥିଲେ । ଏନେଇ ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଅଫସରଙ୍କ ସହିତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
