ଲକ୍ ଡାଉନ୍ର ଗାଇଡ୍ ଲାଇନ୍ ଅନୁସାରେ ମଦ ବିକ୍ରି ପାଇଁ ଅନୁମତି ମିଳିବା ପରେ ଏହି କାରବାର ବେଶ୍ ଜମିଛି । କାଲି ଭଳି ଆଜି ବି ମଦ ଦୋକାନ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ : 300 କୋଟି ରାଜସ୍ଥାନ – 59 କୋଟି କର୍ଣ୍ଣାଟକ – 45 କୋଟି ଛତିଶଗଡ – 35 କୋଟି ୟୁପିର ଲକ୍ଷ୍ନୌରେ 6 କୋଟିର ମଦ ବିକ୍ରି ହୋଇଛି । ଆଜି ମଦ ଉପରେ ସ୍ବତନ୍ତ୍ର କରୋନା ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏମ୍ଆରପି ଉପରେ 70 ପ୍ରତିଶତ ଟ୍ୟାକ୍ସ ଆଦାୟ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ ଏକକାଳୀନ ମଦ ଦୋନାକୁ 5 ଜଣ ଗ୍ରାହକ ଯାଇପାରିବେ ବୋଲି ନିୟମ ରହିଥିବାବେଳେ ପ୍ରତି ଗ୍ରାହକଙ୍କ ମଧ୍ୟରେ 6 ଫୁଟ ଦୂରତା ରହିବାକୁ ନିୟମ କରାଯାଇଛି । କିନ୍ତୁ ଗତକାଲି ଏହି ନିୟମକୁ କେହି ମାନିନଥିବାର ଦେଖାଇଥିଲା ।
