ପାକିସ୍ତାନୀ ହ୍ୟାକର ପଠାଉଛନ୍ତି ଜାଲ ଆରୋଗ୍ୟ ସେତୁ ଲିଙ୍କ୍‌

ପାକିସ୍ତାନୀ ହ୍ୟାକର ପଠାଉଛନ୍ତି ଜାଲ ଆରୋଗ୍ୟ ସେତୁ ଲିଙ୍କ୍‌

ଜାତୀୟ ଖବର

ଭୁବନେଶ୍ୱର: ଆଖପାଖରେ କରୋନା ଆକ୍ରାନ୍ତ ରହିଛନ୍ତି କି ନାହିଁ ସୂଚାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଛି ଆରୋଗ୍ୟ ସେତୁ ଆପ୍ । ସେହିପରି କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାଣିବା ପାଇଁ ଏହି ଆରୋଗ୍ୟ ସେତୁ ଆପ ସରକାରଙ୍କୁ ମଧ୍ୟ ବେଶ ସହାୟକ ହେଉଛି । କିନ୍ତୁ ଆରୋଗ୍ୟ ସେତୁ ଆପକୁ ନେଇ ଆରମ୍ଭ ହୋଇଯାଇଛି ସାଇବର କ୍ରାଇମ । ଜାଲ ଆରୋଗ୍ୟ ସେତୁ ଡାଉନଲୋଡ କରିବା ପାଇଁ ପାକିସ୍ତାନୀ ହ୍ୟାକର ପଠାଉଛନ୍ତି ଲିଙ୍କ । ଯିଏ ଏହି ଲିଙ୍କକୁ ନିଜ ମୋବାଇଲେ ଡାଉନ ଲୋଡ କଲା ସେହି ବ୍ୟକ୍ତିର ମୋବାଇଲ ଫୋନରେ ଥିବା ସମସ୍ତ ତଥ୍ୟ ହ୍ୟାକରଙ୍କ ହାତ ମୁଠାରେ ପହଞ୍ଚି ଯାଉଛି । ସାଇବର ହ୍ୟାକରଙ୍କ ଠକାମିର ଶିକାର ନ ହେବା ଲାଗି କମିସନରେଟ ପୁଲିସ ସତର୍କ କରାଇଛି । ଏ ନେଇ ଏକ ଆଡଭାଇଜରି ଜାରି କରିଛି । କେମିତି ଆସୁଛି ଲିଙ୍କ ଓ ପ୍ରତିକାର କ’ଣ? ଅଜଣା ନମ୍ବରରୁ ଏସଏମଏସ, ହ୍ୱାଟସଆପ ଓ ମେସେଞ୍ଜର ଜରିଆରେ ଜାଲ ଆରୋଗ୍ୟ ସେତୁ ଆପର ଲିଙ୍କ ଆସୁଛି ଏଭଳି ଲିଙ୍କକୁ ଡାଉନଲୋଡ କଲା ପରେ ଏହା ‘ଚାଟ ମି’ନାଁରେ ଆପ୍ ଦେଖାଉଛି । ଏଭଳି ଲିଙ୍କ ଉପରେ କ୍ଲିକ ନ କରିବା ପାଇଁ ପରାମଣର୍ଶ ଦେଇଛି କମିସନରେଟ ପୁଲିସ ଏଭଳି ଲିଙ୍କକୁ ତୁରନ୍ତ ମୋବାଇଲ ଫୋନରୁ ଡିଲିଟ କରିବା ପାଇଁ କୁହାଯାଇଛି । ଯଦି ଲିଙ୍କ କ୍ଲିକ କରି କେହି ଡାଉନଲୋଡ କରିଛନ୍ତି ତାହା ହେଲେ ତୁରନ୍ତ ମୋବାଇଲ ଫୋନକୁ ରିସେଟ କରିବା ପାଇଁ ପରାମର୍ଶ ଦିଆଯାଇଛି । କେମିତି ଚାଲ ବିଛାଉଛନ୍ତି ହ୍ୟାକର ସରକାର ବିଶେଷଜ୍ଞଙ୍କ କହିବା ଅନୁସାରେ, ପାକିସ୍ତାନୀ ହ୍ୟାକରମାନେ ଜାଲ ଆରୋଗ୍ୟ ସେତୁ ଆପ ଲିଙ୍କ ମାଧ୍ୟମରେ ବିଶେଷ କରି ସେନା କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି । ସେନା ବାହିନୀ କର୍ମଚାରୀ, ଯବାନଙ୍କ ନିକଟକୁ ଜାଲ ଆରୋଗ୍ୟ ସେତୁ ଆପ ଲିଙ୍କ ପଠାଉଛନ୍ତି । ଯଦି କେହି ଡାଉନଲୋଡ କଲା ତା ହେଲେ ସେମାନଙ୍କ ମୋବାଇଲରେ ଥିବା ସମସ୍ତ ତଥ୍ୟ ଚୋରି କରି ନେଉଛନ୍ତି । ପ୍ରତିରକ୍ଷା ସମ୍ବନ୍ଧୀୟ ତଥ୍ୟ ଚୋରି କରିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରୁଛନ୍ତି ହ୍ୟାକର । ଯଦି କେହି ସାଧାରଣ ଲୋକ ହ୍ୟାକରଙ୍କ ଶିକାର ହେଲା ତା ହେଲେ ମୋବାଇଲର ସମସ୍ତ ତଥ୍ୟ ଚୋରି କରି ନେଉଛନ୍ତି । ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, କେବଳ ଏହି ଲିଙ୍କ ନୁହେଁ ଯେ କୌଣସି ଅଜଣା ନମ୍ବରରୁ ଲିଙ୍କ ଆସୁଛି ତାହାକୁ ଡାଉନ ଲୋଡ଼ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।