ଭାରତରେ ଲଞ୍ଚ ହେଲା 5ଜି ମୋବାଇଲ୍‌ |

ଭାରତରେ ଲଞ୍ଚ ହେଲା 5ଜି ମୋବାଇଲ୍‌ |

ବିଶେଷ ଖବର

ଚାଇନିଜ୍‌ ମୋବାଇଲ୍‌ ନିର୍ମାତା ସାଓମି ଭାରତୀୟ ବଜାରରେ ଏହାର ପ୍ରଥମ 5ଜି ଫୋନ୍‌ ଲଞ୍ଚ କରିଛି । ମି ସିରିଜ୍‌ର ଫୋନ୍‌ ମି 10ରେ ସାଓମି 5ଜି ବୈଶିଷ୍ଟ୍ୟ ପ୍ରଦାନ କରୁଛି । ଭାରତରେ ଏହି ଫୋନ୍‌ର ମୂଲ୍ୟ 49,999 ଟଙ୍କା ରହିଛି । ସାମସଙ୍ଗ ଗାଲାକ୍ସି ନୋଟ୍‌ 10 ପରି ଏହି ଫୋନ୍‌ରେ କର୍ଭଡ୍‌ ଡିସ୍‌ପ୍ଲେ ରହିଛି । ଏହା ସହିତ ଏହି ଫୋନ୍‌ରେ 108 ମେଗାପିକ୍ସେଲ୍‌ର କ୍ୟାମେରା ରହିଛି । ଫୋନ୍‌ରେ 8 ଜିବିର ରାମ୍‌ ରହିଥିବା ବେଳେ ଏହା ଗେମିଙ୍ଗ ପାଇଁ ମଧ୍ୟ ସର୍ବୋତ୍କୃଷ୍ଟ ଡିଭାଇସ୍‌ । ଏହି ଫୋନ୍‌ରେ 4780 ଏମ୍‌ଏଚ୍‌ର ବ୍ୟାଟେରୀ ରହିଥିବା ବେଳେ ଏହା ମାତ୍ର 65 ମିନିଟ୍‌ରେ ଫୁଲ୍‌ ଚାର୍ଜ ହୋଇ ପାରୁଛି ।