ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି | ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କୁ ବଦଳି କରାଯାଇଛି | ତାଙ୍କୁ ଶକ୍ତି ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି 1994 ବ୍ୟାଚ ଆଇଏଏସ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି | କେନ୍ଦ୍ରରୁ ଫେରିବା ପରେ ତାଙ୍କୁ ଜିଏ ବିଭାଗର OSD ଭାବେ ଅବସ୍ଥାପିତ କରାଯାଇଥିଲା | ସେହିପରି 1995 ବ୍ୟାଚ ଆଇଏଏସ ଵିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି | ଏବେ ସେ ଶକ୍ତି ବିଭାଗର ପ୍ରମୁଖ ସଚିବ ଅଛନ୍ତି |
