କୋଭିଡ-୧୯ ପଜିଟିଭ ଭାବେ ଚିହ୍ନିତ ସେନାର ଜଣେ ୩୧ ବର୍ଷୀୟ ଯବାନ ମଙ୍ଗଳବାର ଭୋରରୁ ଆତ୍ମହତ୍ୟା କରିଛନ୍ତି । ସେ ପଶ୍ଚିମ ଦିଲ୍ଲୀ ସ୍ଥିତ ସେନାର ବେସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲ ପରିସରରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଡିସିପି (ପଶ୍ଚିମ) ଦୀପକ ପୁରୋହିତ କହିଛନ୍ତି ଯେ, ଯବାନ ଜଣକ ଫୁସଫୁସ କର୍କଟରେ ଶିକାର ଥିଲେ । ତେଣୁ ଧୌଲା କୁଆଁସ୍ଥିତ ସେନାର ରିସର୍ଚ୍ଚ ଆଣ୍ଟ ରେଫରାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଏହା ପରେ ମେ ୫ ତାରିଖରେ ସେ କୋଭିଡ-୧୯ ପଜିଟିଭ ଭାବେ ଚିହ୍ନିତ ହେବାରୁ ତାଙ୍କୁ ସେନାର ବେସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସୋମବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତାଙ୍କୁ ଶେଷ ଥର ପାଇଁ ଅନ୍ୟ ରୋଗୀମାନେ ଦେଖିଥିଲେ । ସେତେବେଳେ ସେ ହସ୍ପିଟାଲର କୋଭିଡ-୧୯୨ ୱାର୍ଡର ପଛପଟେ ଥିବା ଶୌଚାଳୟ ପଛପଛେ ଥିବା ଏକ ଗଛରେ ତାଙ୍କର ମୃତଦେହ ଝୁଲୁଥିବାର ଦେଖାଯାଇଥିଲା ।
