୧୬ରେ ମୋଦୀଙ୍କ ରୋଡ ସୋ

୧୬ରେ ମୋଦୀଙ୍କ ରୋଡ ସୋ

ରାଜ୍ୟ ଖବର

ଭୁବନେଶ୍ବର : ବରମୁଣ୍ଡା ପଡ଼ିଆରେ ୧୬ ତାରିଖରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ କାର୍ଯ୍ୟକ୍ରମ ରହିଛି। ଏହି ରୋଡ ଶୋ’ ବିମାନବନ୍ଦରରୁ ବାହାରି ଗଙ୍ଗନଗର, ଓୟୁଏଟି ଦେଇ ଯିବ । ସିଟି ଓମେନ୍ସ କଲେଜ ଓ ବରମୁଣ୍ଡା ଶିବ ମନ୍ଦିର ଦେଇ ଏହି ରୋଡ ସୋ ବରମୁଣ୍ଡାରେ ପହଞ୍ଚିବ । ବରମୁଣ୍ଡା ପଡ଼ିଆରେ ଦିନ ୨ଟାରେ ମୋଦିଙ୍କ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହାକୁ ଦୃଷ୍ଟିର ରଖି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।