ତାରାପ୍ରସାଦ ଓଡିଶାର ଜଣେ ଜଣାଶୁଣା ବରିଷ୍ଠ ନେତା । ବିଭିନ୍ନ ସମୟରେ ଗୀତ ଗାଇ ଲୋକଙ୍କ ମନ ଜିଣିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କେବଳ ବିଧାୟକ ନୁହଁ ସେ ଜଣେ ଭଲ କଣ୍ଠଶିଳ୍ପୀ ମଧ୍ୟ । ଏହା ସହିତ ସେ ଭାଲୁ ଭାଇନା ନାମରେ ମଧ୍ୟ ପରିଚିତ । ସେ ରାଜନୀତି ସମୟରେ ମଧ୍ୟ ଏଭଳି ଅଭିନବ ଢଙ୍ଗରେ ଗୀତ ଗାଇ ଲୋକପ୍ରିୟ ହୋଇଛନ୍ତି । ପୂର୍ବରୁ କେ-୧ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆପଣମାନେ ଖୁସି ତ.... ଗୀତ ଗାଇ ବହୁ ଚର୍ଚ୍ଚା ସୃଷ୍ଟି କରିଥିଲେ । ତାହା ଭାଇରାଲ ମଧ୍ୟ ହୋଇଥିଲା । ଏବେ ପୁଣି ତାରାପ୍ରସାଦ କରୋନା ସଚେତନତା ଉପରେ ଏକ ଗୀତ ଗାଇଛନ୍ତି । ମହାମାରୀ କରୋନା ସାରା ବିଶ୍ୱରେ କାୟା ମେଲାଇଛି, ତେବେ କରୋନାକୁ ନେଇ ସମସ୍ତେ ସଚେତନତାର ବାର୍ତା ଦେଇଥିବାବେଳେ ତାରାପ୍ରସାଦ କିଛି ଭିନ୍ନ ଢଙ୍ଗରେ ଲୋକମାନଙ୍କୁ ସଚେତନ କରିଛନ୍ତି । ଗାଁରୁ ସହର ବ୍ୟାପିଲାଣି ରୋଗ..ସୁଧିଜନେ.. ଜଣରୁ ଆର ଜଣକ.... ଗୀତ ଗାଇ ରାଜ୍ୟବାସୀଙ୍କୁ ସଚେତନତାର ବାର୍ତା ଦେଇଛନ୍ତି । ତାଙ୍କ ସହିତ ଅନ୍ୟତ୍ର ଜଣେ କଣ୍ଠଶିଳ୍ପୀ ମୋନାଲି ମଧୁସ୍ମିତା ମଧ୍ୟ କଣ୍ଠଦାନ କରିଛନ୍ତି ।
