କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଭୋପାଳ ଗାଁରେ ଘଟିଛି ଅଭାବନୀୟ ଘଟଣା । ଦୁଇ ପୁଅଙ୍କ ସହିତ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା’ । ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଭୋପାଳ ଗାଁରେ ଜଣେ ମହିଳା ଦୁଇ ପୁଅଙ୍କ ଦେହରେ କିରୋସିନି ଢାଳି ଜାଳିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ଘର ଭିତରେ କବାଟ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ବଡ ପୁଅଙ୍କର ଚିତ୍କାର ଶୁଣି ଘରର ଅନ୍ୟ ସଦସ୍ୟ ଏବଂ ପଡୋଶୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ପାରିବାରିକ କଳହରୁ ମହିଳା ଜଣଙ୍କ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଦୁଇ ପୁଅ ଓ ମା’ଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
