ଓଡ଼ିଶା ଅଭିମୁଖେ ଆଉ ୪ଟି ଟ୍ରେନ |

ଓଡ଼ିଶା ଅଭିମୁଖେ ଆଉ ୪ଟି ଟ୍ରେନ |

ରାଜ୍ୟ ଖବର

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି । ଶୁକ୍ରବାର ୬ଟି ଟ୍ରେନରେ ପାଖାପାଖି ୭ ହଜାର ପ୍ରବାସୀ ଓଡ଼ିଶାରେ ପହଞ୍ଚିଥିବାର ସୂଚନା ମିଳିଛି । ବାଲେଶ୍ୱରରେ ସର୍ବାଧିକ ୩ଟି ଟ୍ରେନ ଲାଗିଥିବା ବେଳେ ଜଗନ୍ନାଥପୁରରେ ୨ଟି ଓ ଭଦ୍ରକରେ ଗୋଟିଏ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଲାଗିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ସୁରତରୁ ଆସିଥିବା ଦୁଇଟି ଟ୍ରେନ ଜଗନ୍ନାଥପୁର ଷ୍ଟେସନରେ ଲାଗିଥିବା ବେଳେ ତାମିଲନାଡୁର କୋଇମ୍ବାଟୁରରୁ ଭଦ୍ରକକୁ ଗୋଟିଏ ଟ୍ରେନ ଆସିଛି । ଗୁଜୁରାଟର ମୋରବି, ତେଲେଙ୍ଗାନାର ବିନିନଗର ଓ ଆନ୍ଧ୍ରପ୍ରଦେଶର ନମ୍ବୁରୁରୁ ଗୋଟିଏ ଲେଖାଏଁ ଟ୍ରେନ ଆସି ବାଲେଶ୍ୱରରେ ପହଞ୍ଚିଛି । ପ୍ରତି ଟ୍ରେନରେ ପ୍ରାୟ ୧୨୦୦ ଯାତ୍ରୀ ରହିଥିଲେ । ଆଉ ୪ଟି ଟ୍ରେନ ଓଡ଼ିଶା ଅଭିମୁଖେ ବାହାରିଛି, ଯାହାକି ଆଜି ପହଞ୍ଚିବାର ସମ୍ଭାବନା ରହିଛି । ତାମିଲନାଡୁର କୋଇମ୍ବାଟୁର ଓ ଆନ୍ଧ୍ରପ୍ରଦେଶର କୁରନୁଲରରୁ ଗୋଟିଏ ଲେଖାଏଁ ଟ୍ରେନ ବାଲେଶ୍ୱରରେ ଲାଗିବ । ଏହାବ୍ୟତୀତ ସୁରତରୁ ଜଗନ୍ନାଥପୁର ଓ ଚେନ୍ନାଇରୁ ଖୋର୍ଦ୍ଧାରୋଡକୁ ଗୋଟିଏ ଲେଖାଏ ଟ୍ରେନ ଆସିବ ।