ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ସରକାରଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ |

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ସରକାରଙ୍କୁ ନିରଞ୍ଜନ ପଟ୍ଟନାୟକଙ୍କ ଟାର୍ଗେଟ |

ରାଜ୍ୟ ଖବର

ଭୁବନେଶ୍ୱର: କେନ୍ଦ୍ର ସରକାର ହେଉଛି ବୋଝ । ଆଉ ରାଜ୍ୟ ନଳିତା ବିଡ଼ା । ଏଭଳି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପେଟ୍ରୋଲ ଓ ଡିଜେଲ ଦର ଉପରେ ଭାଟ ବୃଦ୍ଧି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ସେ କହିଛନ୍ତି ଯେ, ତୈଳ ଦର ବଢାଇ ସରକାର ଲୋକଙ୍କୁ ଲୁଟୁଛନ୍ତି । ସାରା ବିଶ୍ୱରେ ଅଶୋଧିତ ତୈଳ ଦର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଟଙ୍କା ଥିଲା । ପେଟ୍ରୋଲରେ କେନ୍ଦ୍ରର ଭାଗ ୩୩ ଓ ରାଜ୍ୟର ଭାଗ ୧୭ ଟଙ୍କା । ଡିଜେଲରେ କେନ୍ଦ୍ରର ୩୨ ଓ ରାଜ୍ୟ ୧୪ ଟଙ୍କା ପାଉଛି । କେନ୍ଦ୍ର ହେଉଛି ବୋଝ ଓ ରାଜ୍ୟ ନଳିତା ବିଡ଼ା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ଓଡ଼ିଶାରେ ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବୃଦ୍ଧି ଘଟିଛି । ଡିଜେଲ ୧ଟଙ୍କା ୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାର ପେଟ୍ରୋଲ ଉପରେ ୬% ଓ ଡିଜେଲ ଉପରେ ୨% ଭାଟ ବଢାଇଥିବାରୁ ତେଲ ଦର ଏଭଳି ମହଙ୍ଗା ହୋଇଛି । ଓଡ଼ିଶା ସରକାର ପେଟ୍ରୋଲ ଉପରେ ଭାଟ(ମୂଲ୍ୟଯୁକ୍ତ କର) ୨୬%ରୁ ୩୨%କୁ ବୃଦ୍ଧି କରିଛନ୍ତି । ଏହା ଅର୍ଥ ପେଟ୍ରାଲ ଲିଟର ପିଛା ୩ଟଙ୍କା ୧ ପଇସା ବଢିବ । ସେହିପରି ଡିଜେଲ ଉପରେ ଭାଟ ପରିମାଣ ୨୬%ରୁ ୨୮%କୁ ବଢାଇଛନ୍ତି । ଅର୍ଥାତ ଡିଜେଲ ମୂଲ୍ୟ ଲିଟର ପିଛା ୧ଟଙ୍କା ୩ ପଇସା ମହଙ୍ଗା ହେବ ।