ଲକଡାଉନ ୪.୦ର ନୂଆ ଗାଇଡ଼ଲାଇନ |

ଲକଡାଉନ ୪.୦ର ନୂଆ ଗାଇଡ଼ଲାଇନ |

ରାଜ୍ୟ ଖବର

୧. ଘରୋଇ ଓ ଅନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ରେଳ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ, ସିନେମା ହଲ, ସପିଂ ମଲ, ପାର୍କ, ବାର, ଅଡ଼ିଟୋରିୟମ, ଧାର୍ମିକ ଉତ୍ସବ ଓ ଅନୁଷ୍ଠାନ ଆଦି ବନ୍ଦ ରହିବ । ୨. ରାଜ୍ୟଗୁଡ଼ିକର ସହମତି ଭିତିରେ ଆନ୍ତଃ ରାଜ୍ୟ ବସ ଚଳାଚଳ ହୋଇପାରିବ । ୩. ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆନ୍ତଃ ରାଜ୍ୟ ଗାଡ଼ଇ ଚଳାଚଳ ଓ ବସ ଚଳାଚଳ ହୋଇପାରିବ । ୪. ରାଜ୍ୟ ସରକାରମାନେ କଂଟେନମେଂଟ, ବଫର, ରେଡ଼, ଗ୍ରୀନ ଓ ଅରେଂଜ ଜୋନ ସଂକ୍ରାନ୍ତରେ ସ୍ଥିର କରିବେ । ୫. କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆଧାରରେ ଜିଲ୍ଲା ପ୍ରଶାସନ କେଉଁ ଅଂଚଳ ରେଡ଼, ଅରେଂଜ, କଂଟେନମେଂଟ ଓ ବଫର ଜୋନ ସ୍ଥିର କରିପାରିବେ । ୬. ରାତ୍ରକାଳୀନ କର୍ଫୁ୍ୟ ରାତି ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରିରହିବ । ଅତ୍ୟାବଶ୍ୟକୀୟ ସେବା ଜାରି ରହିପାରିବ । ୭. ୬୫ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତି, ରୋଗାକ୍ରାନ୍ତ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲା ବାହାରକୁ ବାହାରିବେ ନାହିଁ । ୮. ଟ୍ରକ ଓ ମେଡ଼ିକାଲ ପ୍ରଫେସନାଲ ଆନ୍ତଃ ରାଜ୍ୟ ଚଳାଚଳ କରିପାରିବେ । ୯. ଲକଡାଉନ ୩ରେ ଯେଉଁ ସବୁକୁ ଅନୁମତି ମିଳିଥିଲା ତାହା ବି ବଳବତର ରହିବ ।