ବାତ୍ୟା ଆମ୍ଫାନ୍‌ କୁ ନେଇ ସମୀକ୍ଷା କରିବେ ମୋଦି, ଅପରାହ୍ନ ୪ଟାରେ ହେବ ବୈଠକ |

ବାତ୍ୟା ଆମ୍ଫାନ୍‌ କୁ ନେଇ ସମୀକ୍ଷା କରିବେ ମୋଦି, ଅପରାହ୍ନ ୪ଟାରେ ହେବ ବୈଠକ |

ରାଜ୍ୟ ଖବର

କରୋନା ସଙ୍କଟବେଳେ ଓଡ଼ିଶାକୁ କରାଳ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଆମ୍ଫାନ୍‌’ । ବାତ୍ୟା ଆମ୍ଫାନ୍‌ ସୁପର ସାଇକ୍ଲୋନ ବା ମହାବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ବାତ୍ୟା ‘ଆମ୍ଫାନ୍‌’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିବେ । ଆଜି ଅପରାହ୍ନ ୪ଟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୋଦୀ ଏହାର ସମୀକ୍ଷା କରିବେ । ଗୃହ ମନ୍ତ୍ରଣାଳୟ ଓ ଜାତୀୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ମୋଦୀ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଆମ୍ଫାନ୍‌ ଏବେ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି । ସକାଳ ସାଢେ଼ ୫ଟା ସୁଦ୍ଧା ଏହା ପାରାଦୀପ ଠାରୁ ୭୯୦ କିମି ଓ ଦୀଘା ଠାରୁ ୯୪୦ କିମି ଦୂରରେ ଥିଲା । ଘଂଟା ପ୍ରତି ଏହା ୧୩ କିମି ବେଗରେ ଗତି କରୁଥିବାବେଳେ ଏବେ ଏହା ଆଉ ୬୫ କିମି ଆଗକୁ ଯାଇସାରିଛି । ଏହା ଏବେ ସୁପର ସାଇକ୍ଲୋନରେ ପରିଣତ ହେବାକୁ ଯାଉଛି । ପରେ ଏହା ଉତର ଉଊର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦୀପପୁଂଜର କୌଣସି ଏକ ସ୍ଥାନରେ ସ୍ଥଲଭାଗ ଛୁଇଁବାର ସମ୍ଭାବନା ରହିଛି । ମେ’ ୨୦ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଏହା ସ୍ଥଳଭାଗକୁ ଛୁଇଁବ ବୋଲି ଆଇଏମଡ଼ି ଆକଳନ କରିଛି । ସ୍ଥଳଭାଗ ଛୁଇଁବା ବେଳକୁ ୧୮୫ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି ।